ଆଗାମୀ ସପ୍ତାହରୁ ବଜାରରେ ମିଳିବ DRDO ର ଔଷଧ 2-DG, କରୋନା ରୋଗୀ ହେବେ ସୁସ୍ଥ

କରୋନା ରୋଗୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି DRDO । ଆସନ୍ତା ସପ୍ତାହରେ ବଜାରରେ ଉପଲବ୍ଧ ହେବ 2-DGର ୧୦ ହଜାର ଡୋଜ୍ । ଏହା ନେଇ DRDO ଅଧିକାରୀମାନେ ସୂଚନା ଦେଇଛନ୍ତି । ଔଷଧ ବ୍ୟବହାର ପାଇଁ ଉତ୍ପାଦନକୁ ତ୍ୱରାନ୍ୱିତ କରାଯାଉଛି ବୋଲି ଅଧିକାରୀମାନେ କହିଛନ୍ତି । ଏହି ଔଷଧ ଡକ୍ଟର ଅନନ୍ତ ନାରାୟଣ ଭଟ୍ଟଙ୍କ ସମେତ DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଗତକାଲି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ଡ.କେ ସୁଧାକର DRDO କ୍ୟାମ୍ପସ ପରିଦର୍ଶନ କରିଥିଲେ । ଏହି ସମୟରେ ବୈଜ୍ଞାନିକମାନେ 2DG ଔଷଧ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ । ଯାହା କୋଭିଡ ଯୁଦ୍ଧରେ ବହୁ ହିତ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ ସୁଧାକର କହିଛନ୍ତି ଯେ “ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ହୋଇଥିବା 2-DG ଏକ ପ୍ରମୁଖ ସଫଳତା । ଏହା ମହାମାରୀର ମୁକାବିଲା କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ଏପରିକି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବାକୁ ସାହାଯ୍ୟ କରିବ ।

ଏପ୍ରିଲ ୨୦୨୦ରେ ମହାମାରୀର ପ୍ରଥମ ଲହର ସମୟରେ ଆଇଏନଏମଏଏସ-ଡିଆରଡିଓର ବୈଜ୍ଞାନିକ ଏହାକୁ ପରୀକ୍ଷଣ କରିଥିଲେ। ଦିଲ୍ଲୀ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ନାଟକ ଏବଂ ତାମିଲନାଡୁର ୨୭ଟି କୋଭିଡ ହସପିଟାଲରେ ଡିସେମ୍ବର ୨୦୨୦ରୁ ମାର୍ଚ୍ଚ ୨୦୨୧ ପର୍ଯ୍ଯନ୍ତ ୨୨୦ ରୋଗୀଙ୍କ ଉପରେ କ୍ଲିନିକାଲ ଟ୍ରାଏଲ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.