ଛତିଶଗଡ଼ ସୁକମା ଜିଲ୍ଲାରେ ଯବାନଙ୍କ ବଡ଼ ସଫଳତା: ଡିଆରଜି ଯବାନ ଗୁରୁତର, ଦୁଇ ଜଣ ମାଓବାଦୀ ନିହତ

ଛତିଶଗଡ଼: ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାରେ ପୋଲିସକୁ ବଡ଼ ସଫଳତା। ମୀନପା ଜଙ୍ଗଲରେ ଡିଆରଜି ଯବାନଙ୍କ ଗୁଳିରେ ଦୁଇ ଜଣ ମାଓବାଦୀ ନିହତ ହୋଇଛନ୍ତି। ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଜଣେ ଡିଆରଜି ଯବାନ ମଧ୍ୟ ଗୁରୁତର ହୋଇଛନ୍ତି।

ଗୁରୁତର ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି। ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି ପୋଲିସ। ଅଧିକ ମାଓବାଦୀଙ୍କ ମୃତଦେହ ମିଳିବା ଆଶଙ୍କାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

You might also like