କ’ଣ ଭୂତ ଚଳାଉଛି ଗାଡ଼ି ! ରିଭର୍ସ ଗିୟରରେ ଦୌଡ଼ିଲା ପୁଣେ ମ୍ୟୁନିସିପାଲିଟି ଟ୍ରକ୍, ନ ଥିଲେ କେହି ବି ଡ୍ରାଇଭର

ଭୂତ ଚଳାଇଲା ଗାଡ଼ି । ମହାରାଷ୍ଟ୍ରର ପୁଣେ ହଡପସର ଅଞ୍ଚଳରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏଠାରେ ବିନା ଡ୍ରାଇଭରରେ ପୁଣେ ନଗର ନିଗମର ଏକ ଲୋଡିଂ ଟ୍ରକ୍ ରିଭର୍ସ ଗିୟରରେ ଦୌଡ଼ିବାକୁ ଲାଗିଥିଲା । ଆଖାପାଖର ଲୋକମାନେ ଯେତେବେଳେ ଏହା ଦେଖିବାକୁ ପାଇଥିଲେ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ରାସ୍ତାରେ ଯାଉଥିବା ଲୋକେ ସତର୍କ ହୋଇପଡ଼ିବାରୁ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ସୂଚନା ଅନୁସାରେ, ପୁଣେ ମ୍ୟୁନିସିପାଲିଟିର ଏକ ଲୋଡିଂ ଟ୍ରକ୍ ଏଠାରେ ଛିଡ଼ା ହୋଇଥିଲା । ଏହି ସମୟରେ ଗାଡ଼ି ହଠାତ୍ ରିଭର୍ସ ଗିୟରରେ ଦୌଡ଼ିବା ଆରମ୍ଭ କରିଥିଲା । ରାସ୍ତାରେ ଚାରିଚକିଆ ଗାଡ଼ିଟି ଏତେ ଦ୍ରୁତ ଗତିରେ ଦୌଡ଼ିଥିଲା ଯେ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପଥଚାରୀମାନେ ଘଟଣାର ଭିଡିଓ ନିଜ ମୋବାଇଲ୍ ଫୋନ୍ରେ ରେକର୍ଡ କରିଥିଲେ, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଲୋଡିଂ ଟ୍ରକ୍ ବହୁତ ଦୂର ପର୍ଯ୍ୟନ୍ତ ରିଭର୍ସ ରିୟରରେ ଗଡ଼ିଥିଲା । କିନ୍ତୁ ଲୋକମାନେ ସତର୍କ ହୋଇଯିବାରୁ ବଡ଼ ଦୁର୍ଘଟଣା ଟଳିଯାଇଥିଲା । ଗାଡ଼ିଟି କିଛି ବାଟ ଯିବା ପରେ ଡିଭାଇଡରରେ ଧକ୍କା ହୋଇଥିଲା । ଏହାପରେ ଗାଡ଼ିଟି ସେଠାରେ ଅଟକି ଯାଇଥିଲା । ରାସ୍ତାରେ ଯେତେବେଳେ ଗାଡ଼ି ଦୌଡ଼ୁଥିଲା, କିଛି ଲୋକ ଏହାର ଭିଡିଓ କରି ଚାଲିଥିଲେ । ଲୋକଙ୍କ ସାବଧାନତା ହେତୁ ବିପଦ ଟଳିଯାଇଥିଲା ।