ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ ଆକ୍ରମଣ, କିଛି ସମୟରେ ହୋଇଥାନ୍ତା ମ୍ୟାଚ୍

ପାକିସ୍ତାନର ରାୱଲପିଣ୍ଡିରେ ଡ୍ରୋନ ଆକ୍ରମଣ । ଏଡି ଆକ୍ରମଣ କ୍ରିକେଟ ଷ୍ଟାଡିୟମ ନିକଟରେ ହୋଇଛି । ଆଜି ରାତିରେ ଷ୍ଟାଡିୟମରେ ପାକିସ୍ତାନ ସୁପର ଲିଗର ମ୍ୟାଚ ଖେଳାଯିବାକୁ ରହିଥିଲା । ଡ୍ରୋନ ଆଟାକ ପରେ ଚାରିଆଡେ ଭୟର ବାତାବରଣ ରହିଛି ।

ଆଜି ଷ୍ଟାଡିୟମରେ ପିଏସଏଲ ଦଳ ପେଶାୱାର ଜାଲମି ଏବଂ କରାଚୀ କିଙ୍ଗସ ମଧ୍ୟରେ ଏଠାରେ ମ୍ୟାଚ୍ ଖେଳାଯାଇଥାନ୍ତା  ।  ଆକ୍ରମଣ ପରେ ତୁରନ୍ତ ଖେଳାଳିଙ୍କୁ ରାୱଲପିଣ୍ଡି ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁପର ଲିଗରେ ଭାଗ ନେଇଥିବା ଖେଳାଳିଙ୍କୁ ଷ୍ଟାଡିୟମ ଛାଡି ଚାଲିଥିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିସିବି ପକ୍ଷରୁ ଜରୁରୀ ବୈଠକ ବସିଛି ।  ଇସଲାମାବାଦ ଭାରତରେ ୧୫ଟି ସାମରିକ ଲକ୍ଷ୍ୟସ୍ଥଳ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବାର କିଛି ଘଣ୍ଟା ପରେ ଏହି ସୂଚନା ମିଳିଛି ।

Also Read : ପୁଣି ଥରିଲା ପାକିସ୍ତାନ, ଲାହୋରରେ ଥିବା ଏୟାର ଡିଫେନ୍ସ ସିଷ୍ଟମକୁ ଉଡ଼ାଇଲା ଭାରତ