ଅତି ଭୟଙ୍କର : ୧୯ ପୋଲିସ କର୍ମଚାରୀଙ୍କୁ ନିଆଁ ଲଗାଇ ଜିଅନ୍ତା ଜାଳି ଦେଲେ ଡ୍ରଗ୍ସ ମାଫିଆ, ଜାଣନ୍ତୁ କେଉଁଠି ଘଟିଛି ଏଭଳି ବର୍ବର କାଣ୍ଡ

ମେକସିକୋର ମିଚୋଓକେନ୍‌ରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା। ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଧରିବାକୁ ଯାଇଥିବା ପୋଲିସ କର୍ମଚାରୀଙ୍କ ସହ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୋଲିସ ଯେତେବେଳେ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ଯାଇଥିଲା, ଏ ନେଇ ମାଫିଆମାନଙ୍କୁ ପୂର୍ବରୁ ହିଁ ଖବର ପହଞ୍ଚି ଯାଇଥିଲା। ତେଣୁ ସେମାନେ ପ୍ରସ୍ତୁତ ହୋଇ ରହିଥିଲେ, ଯାହାଫଳରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରେ ହିଁ ଡ୍ରଗ୍ସ ମାଫିଆମାନେ ପୋଲିସ ଉପରେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଉଭୟଙ୍କ ପକ୍ଷରୁ ଗୁଳି ବର୍ଷିଥିଲା। ଏହା ସତ୍ତ୍ୱେ ଏକ ବଡ଼ ସଂଖ୍ୟାରେ ଉପସ୍ଥିତ ଥିବା ଡ୍ରଗ୍ସ ମାଫିଆ ପୋଲିସ ଟ୍ରାକ୍‌ରେ ନିଆଁ ଲଗେଇ ଦେଇଥିଲେ। ଆଉ ଏଥିରେ ୧୯ଜଣ ପୋଲିସ କର୍ମଚାରୀ ଜିଅନ୍ତା ଜଳି ଯାଇଥିଲେ।

police1

କିଛିଦିନ ହେବ ମେସ୍କିକୋରେ ପୋଲିସ ଏବଂ ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ ହିଂସା ବଢ଼ିଚାଲିଛି। ମାଫିଆମାନଙ୍କ ଅପ୍ରତ୍ୟାଶିତ ଆକ୍ରମଣକୁ ନେଇ ମିଚୋଓକେନ୍‌ର ରାଜ୍ୟ ସୁରକ୍ଷା ବିଭାଗ ପୋଲିସ ଅଧିକାରୀମାନଙ୍କୁ ନ୍ୟାୟିକ ଆଦେଶ ଦେଇଛି।

ଏହାସହ ପଢ଼ନ୍ତୁ: ପ୍ରଫେସର ଲେଖିବାକୁ ଦେଲେ ନିବନ୍ଧ, ଛାତ୍ରୀ ବଢ଼ାଇ ଦେଲେ ସାଦା କାଗଜ, ତଥାପି ମିିଳିଲା ୧୦୦ରୁ ୧୦୦

ଗଭର୍ନର ସିଲଭାନୋ ଓରେୟୋଲ୍ସ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହାକୁ ଏକ ବଡ଼ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି, ପୋଲିସ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିିଙ୍କୁ କୌଣସି ବି ପରିସ୍ଥିତିରେ ଛାଡ଼ିବା ଉଚିତ ନୁହେଁ। ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏହି ଡ୍ରଗ୍ସ ଚୋରାଚାଲାଣକାରୀମାନେ ପୋଲିସ ଉପରେ ଆକ୍ରମଣ କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଆରମ୍ଭ କରି ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି।