ଡ୍ରଗ୍‌ସ ବିରୋଧୀ ଅଭିଯାନରେ ଏନସିବିକୁ ବଡ଼ ସଫଳତା:ଆରବସାଗରରେ ଜାହାଜରୁ ୨୦୦୦ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ

କେନ୍ୟୁଜ୍(ବ୍ୟୁରୋ): ଡ୍ରଗ୍‌ସ ବିରୋଧୀ ଅଭିଯାନରେ ଏନସିବିକୁ ବଡ଼ଧରଣର ସଫଳତା। ସମୁଦ୍ରରେ ଜାହାଜ ମଧ୍ୟରୁ ୨୦୦୦ କୋଟି ଟଙ୍କାର ନିଶା ସାମଗ୍ରୀ ଜବତ । ଏନସିବି ଓ ଭାରତୀୟ ନୌସେନାର ମିଳିତ ସହଯୋଗରେ ୮ଶହ କିଲୋ ଗ୍ରାମ ନିଶା ସାମଗ୍ରୀ ଜବତ ହୋଇଛି। ମିଳିତ ଅପରେସନରେ ପାକିସ୍ତାନ ରାସ୍ତାରେ ଆରବ ସାଗରରେ ଇଇଜେଡ୍‌ ବାହାରେ ୨ ଜାହାଜ ଉପରେ ଚଢଉ ହୋଇଥିଲା। ସମୁଦ୍ର ତଟରୁ ପ୍ରାୟ ୨ଶହ ମାଇଲ ଦୂରରେ ଜାହାଜ ଥିବା ବେଳେ ଏହାକୁ ପିଛା କରିଥିଲା ଭାରତୀୟ ନୌସେନା।

ଚଢଉରେ ୫୨୫ କିଲୋର ଉଚ୍ଚମାନର ହସିସ ଓ ୨୩୪ କିଗ୍ରାର ଉଚ୍ଚମାନର କ୍ରିଷ୍ଟଲ ମେଥାମଫେଟାମାଇନ ଜବତ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଏହାର ମୂଲ୍ୟ ୨ହଜାର କୋଟି ବୋଲି ଜଣାପଡ଼ିଛି। ଏଥିରେ ସଂପୃକ୍ତ ୨୨ଜଣଙ୍କୁ ଗିରଫ କରାଯାଇଛି। ଏନସିବି କିମ୍ବା ଅନ୍ୟ କୌଣସି ତଦନ୍ତକାରୀ ସଂସ୍ଥାର ଇତିହାସରେ ପ୍ରଥମ ଥର ପାଇଁ ହୋଇଥିବା ଅପରେସନରେ ସମୁଦ୍ର ମଧ୍ୟରେ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ ହୋଇଛି ଥିବା ଏନସିବି ଡିଜି ସତ୍ୟନାରାୟଣ ପ୍ରଧାନ କହିଛନ୍ତି।

Leave A Reply

Your email address will not be published.