ଲଣ୍ଡନ : ହନିମୁନରେ ଯାଇଥିବା ଦମ୍ପତି ମଦପିଇ ନିଶାରେ ଏପରି କାଣ୍ଡ କରିଛନ୍ତି ଯାହା ଶୁଣିବା ପରେ ଆପଣ ନିଜ କାନ ଉପରେ ବିଶ୍ବାସ କରିପାରିବେ ନାହିଁ। ଆଜ୍ଞା ହିଁ, ନିଶାରେ ଏହି ଦମ୍ପତି ପୂରା ହୋଟେଲକୁ ହିଁ କିଣି ପକାଇଛନ୍ତି। ଏହି ଆଶ୍ଚର୍ଯ୍ଯକର ଘଟଣା ଘଟିଛି ଶ୍ରୀଲଙ୍କାରେ। ଏଠାରେ ବ୍ରିଟେନର ନବ ବିବାହିତା ଦମ୍ପତି ତାଙ୍କର ହନିମୁନ ମନାଇବା ପାଇଁ ଆସିଥିଲେ। ସେମାନେ ଯେଉଁ ହୋଟେଲରେ ରହିଥିଲେ ସେଠାରେ ସେମାନେ ପ୍ରାୟ ୧୨ଟି ରମ୍ ପେଗ୍ ପିଇବା ପରେ ଏକଦମ ନିଶାରେ ଚୁର ହୋଇଯାଇଥିଲେ। ଏତିକି ହିଁ ନୁହଁ, ସେମାନେ ନିଶାରେ ଶେଷକୁ ସେହି ହୋଟେଲକୁ କିଣିବାର ମନ କରିଥିଲେ। ଖାଲି ତାହା ନୁହଁ ହୋଟେଲକୁ କିଣି ମଧ୍ୟ ନେଇଥିଲେ।
ବ୍ରିଟିଶ ଖବରକାଗଜ ଦ ମିରରରେ ଛପାଯାଇଥିବା ଖବର ମୁତାବକ, ଶ୍ରୀଲଙ୍କାର ତାଙ୍ଗଲିରେ ରହିଥିବା ହୋଟେଲରେ ବ୍ରିଟେନର ଗିନା ଏବଂ ମାର୍କ ହନିମୁନ୍ କରିବାକୁ ଯାଇଥିବା ସମୟରେ ଜାଣିବାକୁ ପାଇଲେ କି ତାହାର ଲିଜ୍ ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ଏହାପରେ ସେଠାରେ ରାତିରେ ମଦ ପିଉଥିବା ସମୟରେ ନିଶାରେ ନୁହେଁ ସେହି ହୋଟେଲକୁ କିଣିବାର ନିର୍ଣ୍ଣୟ ନେଇଥିଲେ। ସେମାନେ ନିଶାରେ ହିଁ ବିଜନେସ୍ ପ୍ଲାନ କରିବା ସହ ହୋଟେଲ ବଦଳରେ ତାହାର ମାଲିକଙ୍କୁ ୩୦ହଜାର ପାଉଣ୍ଡ ଅର୍ଥାତ୍ ୨୯ଲକ୍ଷ ଟଙ୍କା ଦେଇଦେଲେ।
ଏହାପରେ ହୋଟେଲ ମାଲିକ ଏବଂ ଦମ୍ପତିଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଯେଉଁଥିରେ ୧୫ହଜାର ପାଉଣ୍ଡ ପ୍ରଥମ ବର୍ଷ ଏବଂ ୧୫ ପାଉଣ୍ଡ ଦ୍ବୀତିୟ ବର୍ଷ ଦେବାକୁ ଚୁକ୍ତି କରିଥିଲେ। ଦମ୍ପତିଙ୍କ ଅନୁଯାୟୀ, ସେମାନେ ଯେତେବେଳେ ତାଙ୍କ ବ୍ରିଟେନ ଘରକୁ ଫେରିଥିଲେ ତାଙ୍କୁ ତାଙ୍କର ସାଙ୍ଗ ମାନେ ଏହା ଏକ ଭୁଲ ଏବଂ ମୂର୍ଖ ନିଷ୍ପତି ବୋଲି କହିଥିଲେ। ତେବେ ଦମ୍ପତି ବ୍ରିଟିନରେ ରହି ଶ୍ରୀଲଙ୍କାରେ ହୋଟେଲକୁ ଚଲାଇବା ନେଇ ନିଷ୍ପତି ନେଇଛନ୍ତି। ତେବେ ସେମାନେ ହୋଟେଲର ନାମକୁ ବଦଳି ତାହାର ନାମ ଲକି ବିଚ୍ ହୋଇଛନ୍ତି।