ରାସ୍ତାରେ ଯାଉଥିବା ପୋଲିସଙ୍କୁ ହଠାତ୍ କିସ୍ କରିବାକୁ ଲାଗିଲା ଯୁବକ, ଭିଡିଓ ଭାଇରାଲ୍

ସର୍ବସାଧାରଣ ସ୍ଥାନରେ ନିଜ ସାଥୀଙ୍କୁ କିସ୍ କଲେ ଉଠାଇନେବ ପୋଲିସ୍ । ଗତ କିଛି ଦିନ ତଳେ ଏମିତି ଏକ ଖବର ଆସିଥିଲା । କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି କୌଣସି ପୋଲିସ ଅଫିସରକୁ ସମସ୍ତଙ୍କ ସାମ୍ନାରେ କିସ୍ କଲେ କଣ ହେବ ? ଆଜ୍ଞା ହଁ ସେମିତି ଏକ ଘଟଣା ଘଟିଛି ତେଲେଙ୍ଗାନାର ବୋନାଲୁ ଫେଷ୍ଟିଭାଲ ସମୟରେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପୋଲିସ୍ ଅଫିସରଙ୍କୁ କେହି ଯୁବତୀ ନୁହେଁ ବରଂ କିସ୍ କରିଛନ୍ତି ଜଣେ ଯୁବକ ।

ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗଛି । ଯେଉଁଥିରେ ଦେଖିବାକୁ ମିଳିଛି ରାସ୍ତାରେ କିଛି ଲୋକ ନାଚୁଛନ୍ତି । ଆଉ ସେହି ସେହି ସମୟରେ ଯାଉଥିବା ଜଣେ କାର୍ଯ୍ୟରତ ପୋଲିସଙ୍କୁ ନିଶାଶକ୍ତ ଯୁବକ ଜଣକ ହଠାତ୍ ଆସି କିସ୍ କରୁଛନ୍ତି । ପୋଲିସ୍ ଜଣକ ତାଙ୍କୁ ଧକ୍କା ମାରି ନିଜଠୁ ଅଲଗା କରିଦେଉଛନ୍ତି । ଯାଂଚରୁ ଜଣାପଡିଛି ଯୁବକ ଜଣକ ଏକ ପ୍ରାଇଭେଟ୍ ବ୍ୟାଙ୍କରେ କାମ କରନ୍ତି । ଅନ୍ୟପଟେ ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଉକ୍ତ ଯୁବକ ଜଣକୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.