ଦୀର୍ଘ ୩୦ ମିନିଟ୍ ଧରି ବିଷାକ୍ତ ସାପକୁ ଉସୁକାଉଥିଲେ ବ୍ଯକ୍ତି, ତାପରେ ଯାହା ହେଲା ଜାଣିଲେ ଉଡିଯିବ ହୋସ୍

ନିଶା ମଣିଷର ହିତାହିତ ଜ୍ଞାନକୁ ସମ୍ପୂର୍ଣ୍ଣ ବେଲଗାମ୍ କରିଦେଇଥାଏ । ସେ କଣ କରେ କାହାକୁ କଣ କହେ ସେ ବିଷୟରେ ସେ ନିଜେ ମଧ୍ଯ କିଛି ଜାଣିପାରିନଥାଏ । ବର୍ତ୍ତମାନ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଜାଣିବାପରେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ରାଜସ୍ଥାନ ଦୌସା ଜିଲ୍ଲା ବାଂଦିକୁଇରେ ଏହି ଘଟଣା ଘଟିଛି । ଯେଉଁଠାରେ ଜଣେ ବ୍ଯକ୍ତି ନିଶାଶକ୍ତ ଅବସ୍ଥାରେ ଏକ ବିଷାକ୍ତ ସାପକୁ ଉସୁକାଉଥିବାବେଳେ ସାପଟି ବ୍ଯକ୍ତି ଜଣଙ୍କୁ କାମୁଡି ଦେଇଛି ।

snake picନିଶାଶକ୍ତ ଅବସ୍ଥାରେ ଥିବା ବ୍ଯକ୍ତି ଜଣଙ୍କ ନାଁ ପ୍ରକାଶ । ଦୀର୍ଘ ୩୦ମିନିଟ ଧରି ସାପଟିକୁ ହଇରାଣ କରିବାପରେ ଶେଷରେ ସାପଟି ତାଙ୍କୁ କାମୁଡି ଦେଇଥିଲା । ତେବେ ସେଠାରେ ଥିବା କିଛି ବ୍ଯକ୍ତି ତୁରନ୍ତ ପ୍ରକାଶକୁ ଜୟପୁର ଏସଏସଏମ୍ ହସ୍ପିଟାଲରେ ଭର୍ତ୍ତୀ କରିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି । ସମ୍ପୂର୍ଣ୍ଣ ଘଟଣାର ଭିଜୁଆଲ୍ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.