ମଦୁଆକୁ ମହଙ୍ଗା ପଡିଲା ଜିରାଫ ସଵାରୀ , ଦେଖନ୍ତୁ ଭିଡିଓ ..
ସାଧାରଣତଃ ଲୋକମାନେ ଘୋଡା ସଵାରୀ କରିବାର ଆପଣ ଦେଖିଥିବେ କିନ୍ତୁ କେବେ କେହି ଜିରାଫର ସଵାରୀ କରିବାର ଆପଣ ଦେଖିଛନ୍ତି କି ? ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏପରି ଏକ ଭିଡିଓ ଯାହାକି ବହୁତ ମଜାଦାର ଅଟେ । ଏହି ଭିଡିଓରେ ଜଣେ ବ୍ୟକ୍ତି ଜିରାଫ ଉପରେ ଚଢି ସଵାରୀ କରିବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଜିରାଫଟି ବ୍ୟକ୍ତି ଜଣକୁ ଏପରି ଭାବେ ଉଠାଇ କଚାଡି ଦେଇଛି ଯେ ତାଙ୍କ ଅବସ୍ଥା ଖରାପ ।
ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ନିଶାରେ ଥିଲେ । ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବ୍ୟକ୍ତି ଜଣକ କିଭଳି ଭାବେ ବାଡ଼ ଉପରେ ଚଢି ଜିରାଫ ଉପରେ ଚଢ଼ିବାକୁ ଚେଷ୍ଟା କରୁଛନ୍ତି ଏବଂ ଶେଷରେ ସେ ସେଥିରେ ସଫଳ ମଧ୍ୟ ହୋଇଥିଲେ । କିଛି ସମୟ ପର୍ଯ୍ୟନ୍ତ ସେ ଜିରାଫର ପିଠିରେ ବସିରହି ତାକୁ ଆଉଁସି ଥିଲେ କିନ୍ତୁ ହଠାତ ଜିରାଫଟି ତାଙ୍କୁ ତଳେ କଚାଡି ଦେଇଥିଲା ।
ଏହି ବ୍ୟକ୍ତି ଜଣକ ମଧ୍ୟ କିଛି କମ ନଥିଲେ ସେ ପୁଣିଥରେ ବାଡ଼ ଉପରେ ଚଢି ଜିରାଫର ପିଠିରେ ବସି ଯାଇଥିଲେ କିନ୍ତୁ ଜିରାଫଟି ପୁଣିଥରେ ତାହା କଲା ଯାହା ସେ ପୂର୍ବରୁ କରିଥିଲା ମାନେ ପୂର୍ବଥର ପରି ବ୍ୟକ୍ତି ଜଣଙ୍କୁ ପୁଣିଥରେ ତଳେ କଚାଡି ଦେଇଥିଲା । ଏହାପରେ ବ୍ୟକ୍ତି ଜଣକ ବାହାରକୁ ପଳେଇ ଆସିଥିଲେ ଏହି ଭିଡିଓ ଭାଇରଲ ହେବା ପରେ ପୋଲିସ ବ୍ୟକ୍ତି ଜଣଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲା ।
ଏହି ଘଟଣାଟି କଜାଖସ୍ତାନର ଶିମକେଣ୍ଟ ଅଂଚଳ ଚିଡିଆଖାନାର ଅଟେ । ଏହି ଭିଡିଓକୁ ଜୁଲାଇ ୨୭ତାରିଖରେ ତୁର୍କୀସ୍ତାନ ଟୁଡ଼େ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲା ଯାହା ଦେଖୁ ଦେଖୁ ଭାଇରାଲ ହୋଇଯାଇଥିଲା । ୨ ମିନିଟ ୫୦ ସେକେଣ୍ଡର ଏହି ଭିଡ଼ିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୯୫ ହଜାରରୁ ଅଧିକ ଲୋକ ଦେଖି ସାରିଛନ୍ତି ।