ଦେଶ ବିଦେଶ

ପୁଣି ବିମାନରେ ପରିସ୍ରା କାଣ୍ଡ, ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ସହଯାତ୍ରୀଙ୍କ ଉପରକୁ ପରିସ୍ରା କଲେ ବ୍ୟକ୍ତି

ବିମାନରେ ପୁଣି ଥରେ ଜଣେ ଯାତ୍ରୀ ସହଯାତ୍ରୀଙ୍କ ଉପରକୁ ପରିସ୍ରା କରିବା ଘଟଣା ସାମନାକୁ ଆସିଛି। ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ଆମେରିକା ବିମାନରେ ଏଭଳି ଘଟଣା ଘଟିଛି । ଅଭିଯୋଗ ପରେ ଦିଲ୍ଲୀର ଇନ୍ଦିରାଗାନ୍ଧି ଏୟାରପୋର୍ଟରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

ଖବର ମୁତାବକ, ଆମେରିକା ଏୟାରଲାଇନ୍ସର AA-292 ନଂ ବିମାନଟି ଗତକାଲି ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା। ସେହି ବିମାନରେ ଆସୁଥିବା ଜଣେ ଭାରତୀୟ ନିଜ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ । ଏନେଇ ପୀଡ଼ିତ ଜଣକ ବିମାନର କ୍ରୁ ମେମ୍ବରଙ୍କୁ ଜଣାଇଥିଲେ ।

ବିମାନ ଅବତରଣ ପୂର୍ବରୁ ଏ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧି ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ବିମାନ ଅବତରଣ କରିବା ପରେ ଅଭିଯୁକ୍ତଙ୍କ ସମେତ ପୀଡ଼ିତଙ୍କୁ ବି ଥାନାକୁ ନେଇଥିଲେ କର୍ତ୍ତୃପକ୍ଷ ।

ତେବେ ପରିସ୍ରା କରିତିବା ଯାତ୍ରୀଙ୍କ ପରିଚୟ ମିଳିଛି। ସେ ଦିଲ୍ଲୀର ଅଆର୍ଯ୍ୟ ବେହରା । ସେ ଉଡାଣ ସମୟରେ କ୍ରୁ ମେମ୍ବରକୁ ଭଲ ବ୍ୟବହାର କରିନଥିଲେ ।

ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ବିମାନରେ ନିଶାଗ୍ରସ୍ତ ଜଣେ ବ୍ୟକ୍ତି ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ଆମେରିକାରୁ ଦିଲ୍ଲୀକୁ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିଲେ। ବୃଦ୍ଧ ମହିଳା କ୍ୟାବିନ କ୍ରୁଙ୍କୁ ଏ ବିଷୟରେ କହିଥିଲେ, ତଥାପି ବ୍ୟକ୍ତି ଜଣକୁ ନ ଧରି କିଛି ପଚରାଯାଇନଥିଲା। ସେହି ବ୍ୟକ୍ତି ଜଣକ ସହଜରେ ବିମାନବନ୍ଦର ଛାଡିଥିଲେ। ମହିଳା ଜଣକ ଟାଟା ଗ୍ରୁପ୍ର ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନଙ୍କୁ ଏକ ଚିଠି ଲେଖିବା ପରେ ମାମଲାର ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା।

ବୃଦ୍ଧ ମହିଳା ତାଙ୍କ ଚିଠିରେ ଲେଖିଥିଲେ, କ୍ୟାବିନ କ୍ରୁମାନେ ଏପରି ଯନ୍ତ୍ରଣାଦାୟକ ତଥା ସମ୍ବେଦନଶୀଳ ପରିସ୍ଥିତିର ମୁକାବିଲା କରିବାରେ ସକ୍ରିୟ ନୁହନ୍ତି । ମହିଳା ଜଣକ କହିଛନ୍ତି, “କ୍ରୁଙ୍କ ଠାରୁ ପ୍ରତିକ୍ରିୟା ପାଇବା ପାଇଁ ମୋତେ ବହୁତ ସମୟ ଅପେକ୍ଷା କରିବାକୁ ପଡୁଥିଲା ଏବଂ ସେମାନଙ୍କ ସାମ୍ନାରେ ମୋର କଥା କହିବାକୁ ପଡିଥିଲା । ଏହି ଘଟଣା ସମୟରେ ଏୟାରଲାଇନ୍ସ ମୋର ସୁରକ୍ଷା ବଜାୟ ରଖିବା ପାଇଁ କୌଣସି ପଦକ୍ଷେପ ନେବାକୁ ଚେଷ୍ଟା କରିନଥିଲା । ପରିସ୍ରା କରିଥିବା ବ୍ୟକ୍ତି ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ଏହାପରେ ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆର ପ୍ୟାରିସ- ନୂଆଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀ ଶୌଚାଳୟ ଯାଇଥିବା ବେଳେ ପାଖରେ ବସିଥିବା ସହଯାତ୍ରୀ ତାଙ୍କ କମ୍ବଳରେ ପରିସ୍ରା କରି ଦେଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

 

Swagatika

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

6 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

20 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

25 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

56 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago