କୋଲକତା ଲଜ୍ୟା ଘଟଣା ଥମିନଥିବା ବେଳେ ହାଇଦ୍ରାବାଦର ଗାନ୍ଧି ହସପିଟାଲରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଏଠାରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ମଦ୍ୟପ ରୋଗୀ ଅସଦାଚରଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଖବର ମୁତାବକ, ହାଇଦ୍ରାବାଦର ଗାନ୍ଧି ହସପିଟାଲର କାଜୁଆଲଟି ଡିପାର୍ଟମେଣ୍ଟରେ ଅପରାହ୍ନ ୩.୩୦ ମିନିଟରେ ଜଣେ ଜୁନିଅର ମହିଳା ଡାକ୍ତର ନିଜ କାମ କରୁଥିଲେ । ଏହି ସମୟରେ ଜଣେ ମଦ୍ୟପ ବ୍ୟକ୍ତି ମହିଳା ଡାକ୍ତରାଣୀଙ୍କ ହାତ ଧରି ଟାଣି ଆଣି ଅସଦାଚରଣ କରିଥିଲେ ।
୬୦ ବର୍ଷୀୟ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ରହିଥିଲେ । ୩ ଦିନ ପୂର୍ବରୁ ଚିକିତ୍ସା ପାଇଁ ହସପିଟାଲକୁ ଆସିଥିଲେ । ବ୍ୟକ୍ତି ଜଣକ କାଜୁଆଲିଟି ଡିପାର୍ଟମେଣ୍ଟରେ ଡାକ୍ତରାଣୀଙ୍କୁ ଦେଖି ହାତକୁ ଟାଣି ଆଣି ଅସଦାଚରଣ କରିଥିଲେ । ଏହାପରେ ଡାକ୍ତରାଣୀ ହାତକୁ ଛଡାଇଥିଲେ କିନ୍ତୁ ବ୍ୟକ୍ତି ଜଣକ ହାତ ଛାଡିନଥିଲେ । ଏହାପରେ ହସପିଟାଲ କର୍ତ୍ତୃପକ୍ଷ ଆସି ବ୍ୟକ୍ତିଙ୍କୁ ଧରିଥିଲେ । ଯାହାର ସିସିଟିଭି ଫୁଟେଜ ଭାଇରଲ ହେବାରେ ଲାଗିଛି ।
#AartiRavi#attackon_GANDHI_doctor
Attacks on lady doctors still continued
Lady doctor attacked by patient publicly in casualty in Gandhi hospital Hyderabad.Hatsoff to patient attendent and patient care worker immediately responded
Kolkata episode everyone know how a lady… pic.twitter.com/9sXS8pDhG7
— Dr vasanth kumar gourani (@vasant5577) September 11, 2024
ଘଟଣା ପରେ ହସପିଟାଲ ସୁପରିଟେଣ୍ଡେଣ୍ଟକୁ ଏହା ବିଷୟରେ ସୂଚନା ଦିଆଯାଇଥିଲା । ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବ୍ୟକ୍ତି ଜଣକ ମାନସିକ ଭାବେ ଅସୁସ୍ଥ ରହିଥିବା ବେଳେ ଡାକ୍ତରାଣୀଙ୍କୁ ଦେଖି ଏଭଳି କାମ କରିଥିଲେ ବୋଲି ପୋଲିସ କହିଛି ।
ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆରଜି କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ସବୁଠି ଆନ୍ଦୋଳନ ଜୋର୍ ଧରିବା ପରେ କୋଲକାତା ଆର.ଜି. କର ମେଡିକାଲ କଲେଜର ପ୍ରିନ୍ସିପାଲ୍ ଡାକ୍ତର ସନ୍ଦୀପ ଘୋଷ ନିଜ ପଦରୁ ଇସ୍ତଫା ଦେଇଥିଲେ । କୋଲକତା ପୋଲିସ ପ୍ରଥମେ ସନ୍ଦେହ କରି ତାକୁ ଅଟକ ରଖିଥିଲା । ପରେ ଅଭିଯୁକ୍ତ ସଞ୍ଜୟ ରାୟକୁ ଗିରଫ କରାଯାଇଛି ।