ସାପକୁ ଗିଳି ମରିଗଲା ମହିଲାଲ

ମୋରାଦାବାଦ : ମଣିଷ ବେଳେ ବେଳେ ଏମିତି ଅଜବ କାମ କରେ ଯେଉଁଥିରେ ସମସ୍ତେ ଆଶ୍ଚର୍ଯ୍ୟ ତ ହୁଅନ୍ତି ହେଲେ କାରନାମା କରିଥିବା ବ୍ୟକ୍ତିର ମଧ୍ୟ ଜୀବନ ଯାଏ । ଏମିତି ଘଟଣା ଘଟିଛି ଉତ୍ତର ପ୍ରଦେଶ ଅମରୋହାରେ । ରଜବପୁର ଥାନା ଅନ୍ତର୍ଗତ ଚକବଦୌନିଆ ଗାଁରେ ଜଣେ ବ୍ୟକ୍ତି ମଦ ନିଶାରେ ଗୋଟିଏ ଜୀଅନ୍ତା ସାପକୁ ଗିଳି ଦେଲା । ଅସୁସ୍ଥ ହୋଇପଡ଼ିବା ପରେ ତାକୁ ପରିବାର ଲୋକେ ଡାକ୍ତରଖାନା ନନେଇ ଗୁଣିଆ ପାଖକୁ ନେଇ ଗଲେ ।

snake-man

ଝଡ଼ାଫୁଙ୍କା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।  ମଦ ନିଶାରେ ଏତେ ଚୁର୍ ଥିଲା ଯେ ମହିଲାଲ ନାମକ ଲୋକଟି ପ୍ରଥମେ ସାପଟିକୁ ଧରି ଖେଳିଥିଲା । ପରେ ଏହି ଛୋଟିଆ ସାପଟିକୁ ଗିଳି ଦେଇଥିଲା । ସାପ ସହ ଲୋକଟି ଖେଳିବା ବେଳର ଭିଡିଓ ଭାଇରାଲ ହୋଇଛି । ଲୋକଟିର ମୃତ୍ୟୁ ହେବା ପରେ ତାର ଶବକୁ ଘର ଲୋକେ ଗଙ୍ଗାରେ ଭସାଇ ଦେଇଥିଲେ ।୪୦ ବର୍ଷ ବୟସ୍କ ମହିଲାଲ ସିଂହ ଦିନ ମଜୁରିଆ ଥିଲା । ତାର ସ୍ତ୍ରୀ, ତନିଟି ଝି୍‌ ଓ ଗୋଟିଏ ଛୋଟ ପୁଅ ଅଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.