ସ୍ୱାମୀଙ୍କୁ ଦେଇଥିଲେ ତିନ୍‌ ତଲାକ୍‌, ‘Divorce’ ପରଫ୍ୟୁମ୍‌ ଲଞ୍ଚ୍‌ କଲେ ଦୁବାଇ ରାଜକୁମାରୀ

ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି ତଥା ଦୁବାଇର ଶାସକ ଶେଖ ମହମ୍ମଦ ବିନ୍‌ ରାଶିଦ୍‌ ଅଲ-ମୁକତୁମ୍‌ଙ୍କ ଝିଅ ଶେଖା ମାହରା ବିନ୍ତ୍‌ ମହମ୍ମଦ ବିନ୍‌ ରାଶିଦ୍‌ ଅଲ୍‌ ମୁକତୁମ୍‌ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ଜୁଲାଇରେ ସୋସିଆଲ ମିଡିଆ ସାଇଟ୍‌ ଇନ୍‌ଷ୍ଟାଗ୍ରାମରେ ସେ ଏକ ପୋଷ୍ଟ ଜରିଆରେ ସ୍ୱାମୀଙ୍କୁ ତିନ୍‌ ତଲାକ୍‌ ଦେଇଥିଲେ । ଆଉ ଏବେ ଶେଖା ମାହରା ଏକ ପରଫ୍ୟୁମ୍‌ ଲଞ୍ଚ୍‌ କରିଛନ୍ତି ।

ରାଜକୁମାରୀ ମାହରା ପରଫ୍ୟୁମ୍‌ର ଯେଉଁ ନାଁ ଦେଇଛନ୍ତି, ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ନିକଟରେ ନିଜର ହାଇ ପ୍ରୋଫାଇଲ୍‌ ତଲାକ୍‌କୁ ନେଇ ସେ ପରଫ୍ୟୁମ୍‌କୁ ‘Divorce’ ନାମ ଦେଇଛନ୍ତି । ମାହରାଙ୍କ ନୂଆ ପରଫ୍ୟୁମ୍‌ ତାଙ୍କର ଫ୍ୟାଶନ ବ୍ରାଣ୍ଡ ‘ମାହରା ଏମ୍‌୧’ ଅଧୀନରେ ଲଞ୍ଚ୍‌ ହୋଇଛି ।

ଇନ୍‌ଷ୍ଟାଗ୍ରାମରେ ପରଫ୍ୟୁମ୍‌ର ଏକ ଟିଜର ମଧ୍ୟ ସେୟାର କରିଛନ୍ତି ରାଜକୁମାରୀ, ଯେଉଁଥିରେ ପରଫ୍ୟୁମ୍‌ର ବ୍ଲାକ୍‌ ବୋତଲ ଉପରେ ‘Divorce’ ଲେଖାଯାଇଛି । ଭିଡିଓର ଥିମ୍‌ ରହିଛି ସେପାରେସନ ଅର୍ଥାତ୍‌ ଅଲଗା । ତେଣୁ ଏଥିରେ ଭଙ୍ଗା ଗ୍ଲାସ୍‌ ଦେଖିବାକୁ ମିଳିଛି ।

ମାହରା ଏକ ଇନ୍‌ଷ୍ଟା ପୋଷ୍ଟ ଜରିଆରେ ସ୍ୱାମୀଙ୍କୁ ତିନ୍‌ ତଲାକ୍‌ ଦେଇଥିଲେ । ଗତବର୍ଷ ମେ’ ୨୭ରେ ବିଜନେସ୍‌ମ୍ୟାନ ଶେଖ ମନା ବିନ୍‌ ମହମ୍ମଦ ବିନ୍‌ ରାଶିଦ୍‌ ବିନ୍‌ ମନା ଅଲ୍‌ ମକତୁମଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହର ୫ ମାସ ପରେ ସେ ପ୍ରେଗ୍‌ନାନ୍ସି ବିଷୟରେ ସୂଚନା ଦେଇଥିଲେ । ତାଙ୍କ ପୁଅ ମାତ୍ର ୨ ମାସର ହୋଇଥିବା ବେଳେ ସେ ସ୍ୱାମୀଙ୍କଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like