ଅପରେଶନ ଥିଏଟରରେ ଆକସ୍ମିକ ଘଟିଲା ଏମିତି ଘଟଣା, ସର୍ଜରୀ ଛାଡ଼ି ଦୌଡ଼ି ପଳାଇଲେ ଡାକ୍ତର

ଉତ୍ତର ପ୍ରଦେଶର ଅଲିଗଡ଼ରେ ଚକିତ କଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଅପରେଶନ ଥିଏଟରରେ ଚିକିତ୍ସା ଚାଲିଥିବା ବେଳେ ହଠାତ୍ ଏମିତି ଏକ ଘଟଣା ଘଟିଲା, ଯେଉଁଥିପାଇଁ ସର୍ଜରୀ ଛାଡ଼ି ଡାକ୍ତରମାନେ ସେଠାରୁ ଦୌଡ଼ି ପଳାଇଲେ। ଏପଟେ ରୋଗୀର ଅବସ୍ଥା ଏତେ ଖରାପ ହୋଇଗଲା ଯେ ଯଥାଶୀଘ୍ର ଅନ୍ୟ ସ୍ଥାନରୁ ଡାକ୍ତରଙ୍କୁ ଡାକିବାକୁ ପଡ଼ିଲା। ଏହାପରେ ରୋଗୀଙ୍କ ଟ୍ରିଟମେଣ୍ଟ କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଅଫିସ୍‌ରେ ଶାରୀରିକ ସମ୍ପର୍କ ରଖିବାରେ ଏହି ସହର ରହିଛି ସବୁଠାରୁ ଆଗରେ, ସର୍ଭେରେ ହେଲା ଖୁଲାସା

ଏହି ଘଟଣାଟି ଅଲିଗଡ଼ର ଏକ କମ୍ୟୁନିଟି ହେଲଥ୍ ସେଣ୍ଟରର। ଏଠାରେ ପରିବାର ନିୟୋଜନ ଅସ୍ତ୍ରୋପଚାରର ଆୟୋଜନ କରାଯାଇଥିଲା। ପୂରା ଜିଲାର ପାଖାପାଖି ୩୧ଜଣ ମହିଳା ଏଥିପାଇଁ ରେଜିଷ୍ଟ୍ରେଶନ କରାଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୩ଜଣ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରୀ ଟିମ୍ ସମସ୍ତ ୧୩ଜଣଙ୍କୁ ବେହୋସ୍ କରି ଅପରେଶନ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ଅପରେଶନ ସମୟରେ ଜଣେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିବାରୁ ଡାକ୍ତରଙ୍କ ଗୋଡ଼, ହାତ ଥରିଥିଲା। ଫଳରେ ସେମାନେ ସେଠାରୁ ପଳାଇଯାଇଥିଲେ।

ଏହାସହ ପଢ଼ନ୍ତୁ: ରିକ୍ସାବାଲାଠାରୁ ଗାଈ ନେଲା ନିଜ ବାଛୁରୀ ମୃତ୍ୟୁର ପ୍ରତିଶୋଧ, ଜୀବନ ବଞ୍ଚାଇବା ମୁସ୍କିଲ ହୋଇପଡ଼ିଲା

ଖବର ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରୁ ଏକ ଡାକ୍ତରୀ ଟିମ୍ କମ୍ୟୁନିଟି ହେଲଥ୍ ସେଣ୍ଟରରେ ପହଞ୍ଚିଥିଲା। ଏହାପରେ ମହିଳାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଯାଇଥିଲା। ସେପଟେ କୌଣସି ସୂତ୍ରରୁ ଖବର ପାଇ ମହିଳାଙ୍କ ପରିବାର ଲୋକେ ପହଞ୍ଚି ଡାକ୍ତରଙ୍କ ବିରୋଧରେ ଖୁବ୍ ହଙ୍ଗାମା କରିଥିଲେ। ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାରେ ଜିଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ମେଶିନ୍ ଖରାପ ହୋଇଯିବା କାରଣ ଦର୍ଶାଇଛନ୍ତି।

Roshni

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

4 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

6 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

14 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

39 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

48 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago