ଦେଶ ବିଦେଶ

ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୨୫୦ଜଣଙ୍କ ମୃତ୍ୟୁ

କରୋନ ଭାଇରସ ମହାମାରୀ ଭଳି ସମସ୍ୟାର ସାମ୍ନା କରୁଥିବା ଇଟାଲୀରେ ଏହି ଭାଇରସ ସଂକ୍ରମଣ ଦ୍ୱାରା ଗତ ଶୁକ୍ରବାର ଦିନ ଅର୍ଥାତ ଗୋଟିଏ ଦିନରେ ୨୫୦ ଲୋକଙ୍କ ମୃତ୍ୟୁ ହୋଇଛି। ପୂର୍ବ ୨୪ ଘଣ୍ଟଟା ମଧ୍ୟରେ ଇଟାଲୀରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ଯାହାଦ୍ୱାରା ମୃତକଙ୍କ ସମୁଦାୟ ସଂଖ୍ୟା ୧,୨୬୬ ହୋଇଛି। ଏଥିସହ ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲାର ସଂଖ୍ୟା ୧୭,୬୬୦ ହୋଇସାରିଛି।

୨୪ ଘଣ୍ଟାରେ ଫ୍ରାନ୍ସରେ ୧୮ ଜଣଙ୍କ ମୃତ୍ୟୁ

ୟୁରୋପିୟ ଦେଶ ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ କରେନା ଭାଇରସ ସଂକ୍ରମଣ କାରଣରୁ ୧୮ ଜଣଙ୍କ ମୃତ୍ୟୁ ହେବା କାରଣରୁ ସେହି ଦେଶରେ ମୃତକଙ୍କ ସଂଖ୍ୟା ୭୯ରେ ପହଞ୍ଚିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଓଲିଓ୍ଵର େଓ୍ଵରନ ଗତ ଶୁକ୍ରବାର ଦିନ ନିଜେ ଏହି ସୂଚନା ଜାରି କରିଛନ୍ତି। ଏହା ମଧ୍ୟରେ ଲଣ୍ଡନରେ ପ୍ରକାଶିତ ସୂଚନା ଅନୁଯାୟୀ କରୋନା ଭାଇରସରୁ ବଢୁଥିବା ଭୟକୁ ଦେଖି ଲଣ୍ଡନ ମାରାଥନ୍‌କୁ ୪ ଅକ୍ଟୋବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କଲେ ୫୦ ଶତ କୋଟି ଡଲାରର ଫଣ୍ଡ

ରାଷ୍ଟ୍ରପତି ଟ୍ରମ୍ପ ଦେଶରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ୫୦ ଶତକୋଟିର ଫଣ୍ଡ ଜାରି କରିଛନ୍ତି। ଏଥିସହ ରାଷ୍ଟ୍ରପତି ଆମେରିକାର ସମସ୍ତ ରାଜ୍ୟ କରୋସନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ଜରୁରୀକାଳିନ ସେଣ୍ଟର ସ୍ଥାପନା କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ସୂଚନା ମୁତାବକ ବର୍ତ୍ତମାନ ଆମେରିକାରେ କୋରନା ଭାଇରସର ୧,୭୦୧ଟି ଘଟଣା ସାମ୍ନାକୁ ଆସିସାରିଛି ଏବଂ ୪୦ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥିସହ ବିଶ୍ୱରେ ୧,୩୪,୩୦୦ରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ଅଛନ୍ତି। ଏହି ଭାଇରସ କାରଣରୁ ଭାରତରେ ମଧ୍ୟ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏତିସହ ଭାରତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୨ ପର୍ଯ୍ୟନ୍ତ ପହଞ୍ଚି ସାରିଛି।

KNews Bureau

Recent Posts

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

17 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

29 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

40 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago