ଆଉ ଜଣେ କ୍ରିକେଟ୍‌ ପ୍ରେମୀ ହାରିଲେ ନିଜ ଜୀବନ, ସହିପାରିଲେନି ଭାରତର ପରାଜୟ

ଆଇସିସି ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ରେ ଭାରତର ପରାଜୟକୁ ସହି ନପାରି ଜଣେ ଯୁବକ ଜୀବନ ହାରି ଦେଇଛନ୍ତି। ମୃତ ଯୁବକ ହେଲେ ୨୩ ବର୍ଷୀୟ ରାହୁଲ ଲୋହାର।

ପଶ୍ଚିମବଙ୍ଗରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆଇସିସି ଦିନିକିଆ ବିଶ୍ବକପ୍‌ର ଫାଇନାଲ୍‌ରେ ଭାରତର ପରାଜୟକୁ ସହି ନପାରି ଜଣେ ଯୁବକ ଜୀବନ ହାରି ଦେଇଛନ୍ତି। ମୃତ ଯୁବକ ହେଲେ ୨୩ ବର୍ଷୀୟ ରାହୁଲ ଲୋହାର। ସୂଚନା ମୁତାବକ ପଶ୍ଚିମବଙ୍ଗରେ ରାହୁଲଙ୍କର କ୍ରିକେଟ ପ୍ରତି ଖୁବ ଦୁର୍ବଳତା ରହିଥିଲା। ଏବେ ସୋସିଆଲ ମିଡିଆରେ ସାମି ଓ ବିରାଟଙ୍କ ଫଟୋଚିତ୍ରକୁ ଧରିଥିବା ତାଙ୍କର ଏକ ଫଟୋ ବି ଭାଇରାଲ ହେଉଛି ।

ସେ ଭାରତର ବିଶ୍ବକପ ଯାତ୍ରାକୁ ଖୁବ ଉତ୍ସାହର ସହ ‌ଦେଖି ଆସୁଥିଲେ। ଆଇସିସି ଦିନିକିଆ ବିଶ୍ବକପର ଫାଇନାଲରେ ଭାରତର ବିଜୟ ପାଇଁ ୧୫୦ କୋଟି ଭାରତୀୟ ଅନେକ ଆଶା ଆକାଂକ୍ଷା ରଖିଥିଲେ। ତାଙ୍କ ମଧ୍ୟରୁ ରାହୁଲ ବି ଥିଲେ । ମନରେ ଅନେକ ଆଶା ନେଇ ଭାରତର ବିଜୟ କାମନା କରି ସେ ଖେଳ ‌ଦେଖିଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଠାରୁ ଭାରତର ଏଭଳି ପରାଜୟକୁ ସେ ସହ୍ୟ କରି ପାରି ନଥିଲେ। କାହାକୁ କିଛି ନକହି ଘର ଭିତରେ ପଶି ଭିତରୁ କବାଟ ବନ୍ଦ କରି ଦେଇଥିଲେ।

ପରିବାରଲୋକ ରାହୁଲଙ୍କ ଉପ‌ରେ ବିଶେଷ କିଛି ଧ୍ୟାନ ‌ଦେଇ ନଥିଲେ। କିନ୍ତୁ ଯେତେବେଳେ ଅନେକ ସମୟ ଧରି ପୁଅ ଘରର କବାଟ ନ ଖୋଲିଲା ସେତେବେଳେ ଯାଇ କବାଟ ବାଡେଇଲେ । ଭିତରୁ କୌଣସି ଶବ୍ଦ ନଶୁଣା ଯିବାରୁ ସନ୍ଦେହ ହୋଇଥିଲା। ଶେଷରେ ପରିବାରଲୋକ ପଡ଼ିଶାଙ୍କ ସାହାଯ୍ୟରେ କବାଟ ଭାଙ୍ଗି ଭିତରେ ପଶିଗଲା ବେଳକୁ ପୁଅର ଝୁଲନ୍ତା ମୃତଦେହ ଦେଖି ମା’ ଓ ବାପା ଚେତଶୂନ୍ୟ ହୋଇପଡ଼ିଥିଲେ। ତୁରନ୍ତ ପଡୋଣୀଙ୍କ ସହାୟତାରେ ରାହୁଲକୁ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like