ଟ୍ରାଫିକ ଜାମରେ ଫସିଲା ଅପହରଣକାରୀଙ୍କ ଗାଡି, ଡିକି ଖୋଲି ଖସି ପଳାଇଲା ଛାତ୍ରୀ
ଟ୍ରାଫିକ ଜାମ୍ ଯୋଗୁଁ ଅପହର୍ତ୍ତାଙ୍କ କବଳରୁ ଖସି ପଳାଇଲେ ଛାତ୍ରୀ । ଏମିତି ଘଟଣା ବିହାର ପାଟନାର ବିହଟାରେ ଘଟିଛି । ପୋଲିସ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ।
ଖବର ମୁତାବକ, ପାଟନା ବିହଟା ଥାନା ଅଞ୍ଚଳରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଜଣେ ସ୍କୁଲ ଛାତ୍ରୀକୁ ଠିକଣା ପଚାରିବା ବାହାନାରେ ସ୍କର୍ପିଓରେ ଅପହରଣ କରିନେଇଥିଲେ ୩ ଦୁର୍ବୃତ୍ତ । ଛାତ୍ର ଜଣକ ସ୍କୁଲରୁ ଘରକୁ ଫେରୁଥିଲେ । ହେଲେ ଗାଡିର ଟ୍ରାଫିକ ଜାମରେ ଫସିଯାଇଥିଲା, ଯାହାର ଫାଇଦା ଉଠାଇ ଛାତ୍ର ଉପସ୍ଥିତ ବୁଦ୍ଧି ଯୋଗୁଁ ଗାଡି ଡିକିରୁ ଖସି ପଳାଇଥିଲେ । ପିଲାଟି ଦୌଡି ଏକ ମଲରେ ପଶିଯାଇଥିଲେ । ଏଠାରେ ଉପସ୍ଥିତ ଥିବା ଲୋକଙ୍କ ସହାୟତାରେ ଘର ଲୋକଙ୍କୁ ଅପହରଣ ବିଷୟରେ ଜଣାଇଥିଲେ ।
ଘଟଣା ବିଷୟରେ ଜାଣିବା ପରେ ଘର ଲୋକ ତୁରନ୍ତ ଥାନାରେ ପହଞ୍ଚି ମାମଲା ରୁଜୁ କରିଥିଲେ । ଅପହରଣ ହୋଇଥିବା ପିଲାର ମା’ଙ୍କ କହିବାନୁଯାୟୀ, ଝିଅ ଘର ପାଖରେ ଏକ ପ୍ରାଇଭେଟ ସ୍କୁଲରେ ପାଠ ପଢୁଥିଲେ, ସକାଳେ ସ୍କୁଲ ଯିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା । ହେଲେ ଟ୍ରାଫିକ ଜାମରେ ଗାଡିଟି ଅଟକିଯିବାରୁ ଛାତ୍ରୀ ଜଣକ ଗାଡି ଡିକି ଖୋଲି ଫେରାର ହୋଇଯାଇଥିଲେ ।
ତେବେ ପୀଡିତ ଛାତ୍ରୀଙ୍କ କହିବା ମୁତାବକ, ପ୍ରଥମେ ମୋତେ ସେ ନାଁ ପଚାରିଥିଲେ ଏହାପରେ ଦୁଇ ଜଣ ଲୋକ ପଛରୁ ଆସି ମୁହଁରେ କପଡା ମାଡି ଗାଡି ଡିକିରେ ଭର୍ତ୍ତି କରିଦେଇଥିଲେ । ଏହାପରେ କୌଶଳକ୍ରମେ ଗାଡି ଡିକି ଖୋଲି ପାଖରେ ଥିବା ମଲକୁ ଦୌଡିବା ପରେ ଘର ଲୋକଙ୍କୁ ଖବର ଦେଇଥିଲି ।
ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ପୋଲିସ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରୁଛି । ଛାତ୍ରକୁ ଅପହରଣ କରିଥିବା ଲୋକଙ୍କୁ ଖୋଜୁଛି ।