ରାହୁଲ-ମୋଦି ଫଟୋ, କେମିତି ଥିଲା ମଜାଦାର !

ନିର୍ବାଚନ ପ୍ରଚାରରେ ମଧ୍ୟପ୍ରଦେଶ ଯାଇଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ସେଠି ଭେଟ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ । ମୋଦିଙ୍କୁ ରାହୁଲ କୋଳେଇ ନେଲେ ଓ ଆଲିଙ୍ଗନ କଲେ । ତାଙ୍କ ସହିତ ଫଟୋ ବି ଉଠାଇଲେ । ହେଲେ ଏ ମୋଦିଙ୍କ ଛାତିରେ ଥିଲା ହାତଚିହ୍ନ ଓ କାନ୍ଧରେ ପଡ଼ିଥିଲା କଂଗ୍ରେସର ଚଦର । ଏହି ଫଟୋ ଏବେ ଏତେ ଭାଇରାଲ ହୋଇଛି ଯେ କହିବାକୁ ନାହିଁ ।

ତେବେ ସତ କଥା ହେଉଛି ଇଏ ମୋଦି ନୁହନ୍ତି, ମୋଦିଙ୍କ ଭଳି ଦିଶୁଥିବା ଜଣେ ବ୍ୟକ୍ତି । ତାଙ୍କ ନାଁ ଅଭିନନ୍ଦନ ପାଠକ । ଜଣେ କଂଗ୍ରେସ କର୍ମୀ । ମୋଦିଙ୍କ ଭଳି ଧୋବ ପରଫର ଦାଢ଼ି ରଖିଛନ୍ତି । ତାଙ୍କର ଭଳି ପୋଷାକ ବି ପିନ୍ଧିଛନ୍ତି ।

Rahul-Gandhi-

ରାଜନନନ୍ଦାଗାଓଁରେ ନିର୍ବାଚନ ପ୍ରଚାର ବେଳେ ତାଙ୍କର ଭେଟ ହୋଇଥିଲା ଅଭିନନ୍ଦନଙ୍କ ସହିତ । ରାହୁଲ ସେଠାରେ ରହୁଥିବା ହୋଟେଲରୁ ନିଜ କାରରେ ବାହାରି ଯାଉଥିବା ବେଳେ ଅଭିନନ୍ଦନଙ୍କ ଉପରେ ନଜର ପଡ଼ିଥିଲା । ସେ ତୁରନ୍ତ କାରରୁ ଓହ୍ଲାଇ ତାଙ୍କୁ ଦେଖା କରି କିଛି କଥା ହୋଇଥିଲେ ।

ରାହୁଲ ଓ ମୋଦିଙ୍କ ଭିତରେ ସବୁ ବେଳେ କିଛି ନା କିଛି ରାଜନୈତିକ ବାକ୍-ଯୁଦ୍ଧ ଚାଲୁ ରହିଥାଏ । ଯାହା ଉପରେ ରହିଥାଏ ସମସ୍ତଙ୍କ ନଜର । ତେଣୁ ଦୁହିଁଙ୍କ ଫଟୋକୁ ଏକାଠି ଦେଖି ଲୋକେ ଚକିତ ହେବା ସ୍ବାଭାବିକ । ଅବଶ୍ୟ ଖବର ପଢ଼ିବା ପରେ ପ୍ରତିକ୍ରିୟା ଅଳ୍ପ ହସ ଭିତରେ ରହି ଯାଉଛି ।