କଶ୍ମୀର ପ୍ରସଙ୍ଗରେ ମୁହଁ ଖୋଲିବା ପୂର୍ବରୁ ଚୌକିରୁ ଦୁମ୍‌ ହୋଇ ପଡିଲେ ପାକିସ୍ତାନର ବିଶ୍ଲେଷକ, ଜିଭ କାମୁଡିଲେ ଉପସ୍ଥାପକ, ଦେଖନ୍ତୁ ଭିଡିଓ

କେନ୍ୟୁଜ୍‌ (ବ୍ୟୁରୋ):   କଶ୍ମୀର ପ୍ରସଙ୍ଗ ନେଇ ପାକିସ୍ତାନରେ ଏକ  ଟିଭି ସୋରେ ଡିବେଟ ଚାଲିଥିବା ବେଳେ ସିଟରୁ ଗଳି ପଡିଲେ ପାକିସ୍ତାନର ଜଣେ ବିଶ୍ଲେଷକ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ସୂଚନା ମୁତାବକ ୧୬ ତାରଖରେ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ଜି ଟିଭି ନାମକ ଏକ ନ୍ୟୁଜ୍‌ ଚ୍ୟାନେଲରେ  ଏହି ଡିବେଟ ଚାଲୁଥିଲା। ଯେଉଁଥିରେ ସ୍ଥମ୍ଭାକାର ଭାବେ ପାକିସ୍ତାନ ପ୍ରମୁଖ ବିଶ୍ଲେଷକ ଆଲୋଚନା ପାଇଁ ବସିଥିଲେ।

କିନ୍ତୁ ହଠାତ ବିଶ୍ଲେଷକଙ୍କ ସିଟରେ କିିଛି ଗଡବଡ ଥିବାରୁ ବିଶ୍ଲେଷକ ହଠାତ ଲାଇଭ ସୋରେ ତଳକୁ ସ୍ଲୋମୋସନରେ ଗଳି ପଡିଲେ । ଏହାକୁ ଦେଖି ନ୍ୟୁଜର ଉପସ୍ଥାପକ ନିଜ ଜିଭ କାମୁଡି ଦେଇଥିଲେ ଓ ନିଜ ହସକୁ କଷ୍ଟରେ  ସମ୍ଭାଳିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ମତ ଦେବା ଆରମ୍ଭ କରିଛନ୍ତି।