ଡାକ୍ତର ଅପରେଶନ କରୁଥିବା ବେଳେ ଗୀତ ଗାଉଥିଲେ ୬ ବର୍ଷର ବାଳକ, ଭିଡିଓରେ ହେଲା ଖୁଲାସା

ପିଲା ହୁଅନ୍ତୁ କି ବୁଢ଼ା, ସମସ୍ତଙ୍କୁ ହସ୍ପିଟାଲ ଏବଂ ଇଞ୍ଜେକ୍ସନ ନାଁ ଶୁଣିଲେ ଡର ଆସିଯାଇଥାଏ। ଆଉ ଯଦି ଅପରେଶନ କଥା ଉଠେ, ତା’ହେଲେ ଲୋକଙ୍କ ଛାନିଆ ଆକାଶକୁ ଛୁଇଁଯାଏ। ଏବେ ସାମ୍ନାକୁ ଆସିଥିବା ୬ ବର୍ଷର ଜଣେ ବାଳକର କଥା ଶୁଣିଲେ ଆପଣ ବି ଆଶ୍ଚଯ୍ୟର୍ ହୋଇଯିବେ। କାରଣ, ନିଜର ଅପରେଶନ ଚାଲିଥିବା ବେଳେ ବାଳକ ଜଣକ ଗୀତ ଗାଉଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଘଟଣାଟି ଘଟିଛି ପଶ୍ଚିମବଙ୍ଗରେ।

ଏହାସହ ପଢ଼ନ୍ତୁ: ବୋହୂକୁ କରୁଥିଲେ ଯୌନ ଉତ୍ପୀଡ଼ନ, ଘଟଣା ପ୍ରଘଟ ହେବା ପରେ ଗଳା କାଟି ଜୀବନରୁ ମାରିଦେଲେ, ଜାଣନ୍ତୁ କାମପିପାସୁ ଶ୍ୱଶୁରର…

ଘଟଣାରୁ ଜଣାପଡ଼ିଛି, ଗତ କିଛି ମାସ ହେବ ବାଳକ ଜଣକ ଫ୍ରାଇବ୍ରୋସିସ୍‌ ନାମକ ରୋଗରେ ଆକ୍ରାନ୍ତ ହୋଇଥିଲେ। ତେବେ ସର୍ଜରୀ ବ୍ୟତୀତ ଏହି ରୋଗର ଅନ୍ୟ କୌଣସି ଚିକିତ୍ସା ନ ଥିବା ଡାକ୍ତର କହିଥିଲେ। ଏହାପରେ ପରିବାର ଲୋକେ ସର୍ଜରୀ ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ସେପଟେ ଛୁଆକୁ ନେଇ ମଧ୍ୟ ମନ ଭିତରେ ଡର ରହିଥିଲା।

ଏହାସହ ପଢ଼ନ୍ତୁ: ମା’ ପେଟରୁ ଜନ୍ମ ନେଲା ‘ଲାଙ୍ଗୁଡ଼’ ଥିବା ଛୁଆ, ଦେଖିବା ପାଇଁ ହସ୍ପିଟାଲରେ ନାହିଁ ନ ଥିବା ଭିଡ଼

ବାଳକକୁ ଅପରେଶନ ପାଇଁ ନିଆଗଲା। କିନ୍ତୁ କେହି ବିଶ୍ୱାସ କରି ନ ଥିଲେ ଅପରେଶନ ଥିଏଟର ଫନ୍‌ ଥିଏଟର ବନିଯିବ। ଯେତେବେଳେ ଡାକ୍ତର ଅପରେଶନ କରିବା ଆରମ୍ଭ କରିଥିଲେ, ସେତେବେଳେ ବାଳକ ଜଣକ ଗୀତ ଗାଇବା ଆରମ୍ଭ କରିଥିଲା। ଏହି ମଜାଦାର ମାହୋଲରେ କେତେବେଳେ ଅପରେଶନ ସରିଗଲା, ତାହା ଜଣାପଡ଼ି ନ ଥିଲା। ଏବେ ଅପରେଶନକୁ ୫ଦିନ ବିତିଯାଇଛି ଏବଂ ବାଳକ ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛି। ତାଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଛି।

video courtesy: youtube