ଦେଶ ବିଦେଶ

ବଜେଟ୍‌ରେ ଅର୍ଥମନ୍ତ୍ରୀ କଲେ ଏହି ୧୦ ବଡ଼ ଘୋଷଣା; ଜାଣନ୍ତୁ କେଉଁ କ୍ଷେତ୍ରକୁ ମିଳିଲା କ’ଣ?

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଖାସ୍‌ କରି ମହିଳା, କୃଷକ, ତଫସିଲଭୁକ୍ତ ଜାତି ଏବଂ ଯୁବଗୋଷ୍ଠୀଙ୍କ ଉପରେ ଫୋକସ୍‌ କରାଯାଇଛି। ଏଥି ସହିତ ନିର୍ମଳା ସୀତାରମଣ କହିଛନ୍ତି କି, ସମସ୍ତଙ୍କ କଲ୍ୟାଣ ହିଁ ଆମର ଲକ୍ଷ୍ୟ। ଆସନ୍ତୁ ଜାଣିବା, ବଜେଟରେ ହୋଇଥିବା ବଡ଼ ଘୋଷଣା।

୧. ୬୦ ଲକ୍ଷ ନିଯୁକ୍ତି ଦିଆଯିବ।

୨. ଆଗାମୀ ୩ ବର୍ଷରେ ନୂଆ ପିଢ଼ିର ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଯିବ।

୩. ୩ ବର୍ଷ ମଧ୍ୟରେ ୧୦୦ PM ଗତି ଶକ୍ତି କାର୍ଗୋ ଟର୍ମିନାଲ୍ ବିକଶିତ କରାଯିବ।

୪. ୧.୫ ଲକ୍ଷ ଡାକଘର କୋର ବ୍ୟାଙ୍କିଙ୍ଗ ଅଧୀନରେ ଆସିବ। ଡାକଘରେ ମଧ୍ୟ ଅନଲାଇନ୍ ଟ୍ରାନ୍ସଫର ସମ୍ଭବ ହେବ।

୫. ବର୍ଷ ୨୦୨୨-୨୩ରେ ୮୦ ଲକ୍ଷ ନୂଆ ଘର ନିର୍ମାଣ କରାଯିବ।

୬. ଦେଶରେ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଗଢ଼ାଯିବ।

୭. ୨୦,୦୦୦ କୋଟି ଟଙ୍କା ବ୍ୟୟରେ ୨୫ ହଜାର କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରାଯିବ।

୮. ଦେଶରେ ୫ ବଡ଼ ନଦୀକୁ ସଂଯୋଗ କରିବା ପାଇଁ ଜଳ ସମ୍ପଦ ବିକାଶ ମନ୍ତ୍ରଣାଳୟ ସାହାଯ୍ୟରେ କାର୍ଯ୍ୟ କରାଯିବ।

୯. ୭୫ ଜିଲ୍ଲାରେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବା ଆରମ୍ଭ ହେବ।

୧୦. ୨୦୨୨-୨୩ରେ ଇ-ପାସପୋର୍ଟ ଲାଗୁ ହେବ।

୧୧. ସହରର ବିକାଶ ପାଇଁ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍ଥାପିତ ହେବ।

୧୨. ଓ୍ଵାନ ନେଶନ, ଓ୍ଵାନ ରେଜିଷ୍ଟ୍ରେଶନ ଯୋଜନା ଆରମ୍ଭ ହେବ। ଏହାଦ୍ୱାରା ବ୍ୟବସାୟ କରିବାରେ ସହଜ ହେବ।

୧୩. ବୈଦ୍ୟୁତିକ ଯାନ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରାଇଭେଟ୍‌ ସେକ୍ଟରକୁ ପ୍ରୋତ୍ସାହିତ କରାଯିବ।

Roshni

Recent Posts

ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ

ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ…

9 mins ago

ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର…

10 mins ago

ଦୋକାନ ଭିତରେ ମାଡିଗଲା ଟ୍ରକ: ଜଣେ ମୃତ, ୨ ଗୁରୁତର

ଆସିକା (କେନ୍ୟୁଜ): ଦୋକାନ ଭିତରେ ମାଡିଗଲା ଟ୍ରକ ।  ଜଣେ ମୃତ, ୨ ଗୁରୁତର ।  ଗୁରୁତରଙ୍କୁ ଆସିକା ଉପଖଣ୍ଡ…

31 mins ago

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେବେ କାମଚଳା ବାଚସ୍ପତି, ଆଜି ରାଜଭବନରେ ନେବେ ଶପଥ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ୧୯ ତାରିଖରେ ବାଚସ୍ପତି ପଦ ପାଇଁ…

1 hour ago

ଆଜିର ପେଟ୍ରୋଲ ଦର ଅପଡେଟ, ଗାଡ଼ିରେ ତେଲ ପକାଇବା ପୂର୍ବରୁ ଏଠାରେ ଚେକ କରିନିଅନ୍ତୁ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

1 hour ago

ବାହାଘର ପାଇଁ ସୁନା କିଣିବାକୁ ଚାହୁଁଥିଲେ ନଜର ପକାନ୍ତୁ, କେତେ ରହିଛି ଆଜିର ରେଟ

ସୁନା କିଣିବାକୁ ଚାହୁଁଥିଲେ ପ୍ରଥମେ ଜାଣନ୍ତୁ ଦାମ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦…

1 hour ago