ଦେଶ ବିଦେଶ

ଚାରିଧାମ ଯାତ୍ରାରେ ୨୦ ଜଣଙ୍କ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ବୟସର ଶ୍ରଦ୍ଧାଳୁଙ୍କ ପାଇଁ ‘ଇ-ସ୍ୱାସ୍ଥ୍ୟ ଧାମ’ ଆପ୍ ଲଞ୍ଚ୍‌

ଚାରିଧାମ ଯାତ୍ରା କରୁଥିବା ତୀର୍ଥଯାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି ଉତ୍ତରାଖଣ୍ଡ ସରକାର । ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଚାରିଧାମ ଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ମୃତ୍ୟୁକୁ ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି ରାଜ୍ୟ ସରକାର । ରିପୋର୍ଟ ମୁତାବକ, ମେ’ ୧୦ରେ ଚାରିଧାମ ଯାତ୍ରା ଆରମ୍ଭରୁ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କାରଣରୁ ୨୦ରୁ ଅଧିକ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ଘଟିସାରିଲାଣି ।

ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ରାଧା ରତୁରୀ ଡେରାଡୁନ୍‌ରେ କହିଛନ୍ତି ଯେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବିଭିନ୍ନ ସ୍ଥାନରେ ଚାରିଧାମ ଯାତ୍ରାରେ ଆସୁଥିବା ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ବିଶେଷକରି ୫୦ରୁ ଅଧିକ ବୟସର ତୀର୍ଥଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟ ଯାଞ୍ଚ ବାଧ୍ୟତାମୂଳକ ହେବ । ସେ କହିଛନ୍ତି, ଭକ୍ତମାନଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଭିଶ୍‌ ଫାଉଣ୍ଡେସନ ଏବଂ ହନ୍ସ ଫାଉଣ୍ଡେସନ ମିଳିତ ଭାବେ ‘ଇ-ସ୍ୱାସ୍ଥ୍ୟ ଧାମ’ ଆପ୍ ଲଞ୍ଚ କରିଛନ୍ତି । ଏଠାରେ ଶ୍ରଦ୍ଧାଳୁମାନେ ସେମାନଙ୍କ ସ୍ୱାସ୍ଥ୍ୟ ଡାଟା ଅପଲୋଡ୍ କରିବେ ।

ଚାରିଧାମର ତୀର୍ଥଯାତ୍ରୀମାନଙ୍କୁ ପଞ୍ଜିକରଣ ସମୟରେ ସେମାନଙ୍କ ମେଡିକାଲ୍‌ ହିଷ୍ଟ୍ରି ବିଷୟରେ ସୂଚନା ଦେବାକୁ କୁହାଯାଇଛି । ଏ ନେଇ ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ସଚେତନତା ସୃଷ୍ଟି କରିବେ । ରତୁରୀ କହିଛନ୍ତି ଯେ ଯଦି ଶ୍ରଦ୍ଧାଳୁମାନେ ସେମାନଙ୍କ ସଠିକ ମେଡିକାଲ୍‌ ହିଷ୍ଟ୍ରି ପ୍ରଦାନ କରନ୍ତି, ତେବେ ସେମାନଙ୍କୁ କୌଣସି ଜରୁରୀକାଳୀନ ପରିସ୍ଥିତିରେ ଚିକିତ୍ସା ସହାୟତା ଯୋଗାଇବା ପ୍ରଶାସନକୁ ସହଜ ହେବ ।

ରତୁରୀ ଆହୁରି ମଧ୍ୟ କହିଛନ୍ତି କି, ଶ୍ରଦ୍ଧାଳୁମାନଙ୍କୁ ନିରାପଦ ତଥା ସହଜ ଚାରିଧାମ ଯାତ୍ରା କରାଇବା ପାଇଁ ପ୍ରଶାସନ ପ୍ରତିବଦ୍ଧ । ସରକାରୀ ଆକଳନ ଅନୁଯାୟୀ, ଚାରିଧାମ ଯାତ୍ରା ମାର୍ଗରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହେତୁ ଏ ଯାଏଁ ୨୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ଉଚ୍ଚ ହିମାଳୟ ଅଞ୍ଚଳରେ ଚାରିଧାମର ଅବସ୍ଥାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହିନ୍ଦୀ ଏବଂ ଇଂରାଜୀ ସମେତ ୧୪ଟି ଭାଷାରେ ସ୍ୱାସ୍ଥ୍ୟ ପରାମର୍ଶ ଜାରି କରିଛନ୍ତି । ଏହାସହ ଶ୍ରଦ୍ଧାଳୁମାନଙ୍କୁ ଏହାକୁ ଅନୁସରଣ କରିବାକୁ ଅନୁରୋଧ କରାଯାଇଛି ।

Roshni

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago