ଭୂମିକମ୍ପ ଝଟକାରେ ଥରିଲା ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣା, ତୀବ୍ରତା ୪.୮
ଦିଲ୍ଲୀ ଏନସିଆର, ପଶ୍ଚିମ ଉତ୍ତର ପ୍ରଦେଶର ଏବଂ ହରିୟାଣାର କିଛି ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ୪.୮ ଥିଲା ।
ଦିଲ୍ଲୀ ଏନସିଆର, ପଶ୍ଚିମ ଉତ୍ତର ପ୍ରଦେଶର ଏବଂ ହରିୟାଣାର କିଛି ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ୪.୮ ଥିଲା। ବୁଧବାର ଅପରାହ୍ନରେ ଅନୁଭୂତ ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା। କୌଣସି ସ୍ଥାନରୁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର ସାମ୍ନାକୁ ଆସିନାହିଁ। ନେପାଳରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନେପାଳରେ ଏହାର ତୀବ୍ରତା ୪.୪ ରହିଥିଲା ।
ନେପାଳରେ ଗତ କିଛି ମାସ ହେଲାଣି ଲଗାତାର ଭୂମିକମ୍ପ ଝଟକା ଅନୁଭୂତ ହେଉଛି। ଏହା ପୂର୍ବରୁ ୨୪ ଜାନୁଆରୀରେ ନେପାଳରେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଗତବର୍ଷ ନଭେମ୍ବରରେ ନେପାଳରେ ୬.୩ ତୀବତ୍ରାର ଭୂମିକମ୍ପ ଅନୁଭୂତ ହୋଇଥିଲା ।
नेपाल के जुमला में भूकंप के झटके, रिक्टर स्केल पर 4.8 थी तीव्रता
DELHI NCR मे एक बार फिर भूकंप के हल्के झटके महसूस किए गए#earthquakes pic.twitter.com/e34NKuPYFw
— News1Indiatweet (@News1IndiaTweet) February 22, 2023
ସୂଚନାଯୋଗ୍ୟ, ଫେବୃଆରୀ ୬ ତାରିଖରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ୪୬ ହଜାର ପାର ହୋଇଗଲାଣି । ଏହା ପରେ ୧୨ ଘଣ୍ଟା ମଧ୍ୟରେ ୩ଥର ପାଇଁ ୨ ଦିନ ମଧ୍ୟରେ ୫ ଥର ଭୂମିକମ୍ପ ହୋଇଥିଲା । ତୁର୍କୀ-ସିରିଆରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ତୁର୍କୀକୁ ଏନଡିଆରଏଫ ଟିମକୁ ପଠାଇ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।