ଅନ୍‌ଲାଇନ୍‌ରେ ଭିକ ମାଗି ମାସକୁ ୫ ଲକ୍ଷ ଟଙ୍କା କମାନ୍ତି ଏହି ଯୁବକ, ଦିଅନ୍ତି ନିଜ ଘରର ଭଡ଼ା

୨୫ ବର୍ଷର ଜଣେ ଯୁବକ ଅନ୍‌ଲାଇନ୍‌ ଭିକ ମାଗି ପ୍ରତି ମାସରେ କମାନ୍ତି ୫ ଲକ୍ଷ ଟଙ୍କା। ଆଉ ସେହି ଟଙ୍କାରେ ଘର ଭଡ଼ା ଦେବା ସହ ନିଜର ମହଙ୍ଗା ସଉକ ସବୁ ପୂରଣ କରନ୍ତି। ଟୁଇଟରରେ ଭିକ ମାଗୁଥିବା ଏହି ଯୁବକଙ୍କ ନାଁ ହେଉଛି ଜୋବନ୍‌ ହିଲ। ଜୋବନ୍‌ ନ୍ୟୁୟର୍କରେ ରୁହନ୍ତି। ଅନ୍‌ଲାଇନରେ ଭିକ ମାଗିବା ପୂର୍ବରୁ ସେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। କିନ୍ତୁ ସେ ସେହି ଚାକିରି ଛାଡ଼ିଦେଇଥିଲେ। ଆଉ ଟୁଇଟରରେ ଭିକ ମାଗିବାକୁ ଲାଗିଲେ। ଜୋବନ୍‌ କୁହନ୍ତି, ସେ ଟୁଇଟରରେ ନିଜ ଫଲୋୟର୍ସଙ୍କୁ ସର୍ଭିସ୍‌ ପ୍ରୋଭାଇଡ କରିଥାଆନ୍ତି। ଏହା ବଦଳରେ ସେମାନେ ଖୁସି ହୋଇ ପଇସା ଦେଇଥାଆନ୍ତି।

boy11

ଫୋବର୍ସ ଲିଷ୍ଟ୍‍ର ସବୁଠାରୁ ଟିପ୍‌ ବିଜିନେସ୍‌ ମ୍ୟାନ୍‌ ହେବାକୁ ଲକ୍ଷ୍ୟ ରଖିଛନ୍ତି ଜୋବନ୍‌। ପୂର୍ବରୁ ସେ ରେଷ୍ଟୁରାଣ୍ଟରେ କାମ କରି ମାସକୁ ୮୭ ହଜାର ଟଙ୍କା କମାଉଥିଲେ। ଜୋବନ୍‌ କୁହନ୍ତି, ଯେତେବେଳେ ସେ କଲେଜରେ ଥିଲେ, ସେତେବେଳେ ସେ ଘର ଘର ବୁଲି ହେଲଥ୍‌ କେୟାର୍‌ ଆସିଷ୍ଟାଣ୍ଟ ରୂପେ ସର୍ଭିସ୍‌ ଉପଲବ୍ଧ କରାଉଥିଲେ। ଏହାପରେ ସେ କଲେଜ ଛାଡ଼ି ରେଷ୍ଟୁରାଣ୍ଟରେ କାମ କରିଥିଲେ।

ଜୋବନ୍‌ ଟୁଇଟରରେ ନିଜ ଫଲୋୟର୍ସଙ୍କୁ ପଇସା ମାଗିଥାଆନ୍ତି। ତାଙ୍କର ୧ ଲକ୍ଷ ୧୦ ହଜାର ଫଲୋୟର୍ସ ଅଛନ୍ତି। ସେ କୁହନ୍ତି, ତାଙ୍କ ଟୁଇଟ୍‌ ଏବଂ ଲାଇଭ୍‌ ଷ୍ଟ୍ରିମିଙ୍ଗ୍‌ ବହୁତ ମନୋରଞ୍ଜନଧର୍ମୀ ହୋଇଥାଏ, ଯେଉଁଥିପାଇଁ ତାଙ୍କ ଫଲୋୟର୍ସ ଖୁସି ହୋଇଯାଆନ୍ତି ଏବଂ ପଇସା ଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.