ନୂଆବର୍ଷରେ ଥରିଲା ଗୁଜରାଟ, ଗୋଟିଏ ମାସରେ ୪ ଥର ଭୂକମ୍ପ ଝଟକା

ଗୁଜରାଟ କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ୧୦.୨୪ରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ କୌଣସି ପ୍ରକାର ଜନହାନୀ ହୋଇନାହିଁ ।

ଖବର ମୁତାବକ, ଗାନ୍ଧିନଗର ସ୍ଥିତ ଆଇଏସଆର ଅନୁସାରେ, ଭୂକମ୍ପ ଝଟକା ସକାଳ ୧୦.୨୪ ମିନିଟରେ ଆସିଥିଲା । ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯାହାର କେନ୍ଦ୍ର ଭଚାଉ ଠାରୁ ୨୩ କିମି ଉତ୍ତର-ପୂର୍ବରେ ରହିଥିଲା । ଗତ ମାସରେ ଏହି ଅଞ୍ଚଳରେ ୩.୦ ତୀବ୍ରତାରୁ ଅଧିକ ୪ ଥର ଭୂକମ୍ପ ହୋଇଥିଲା । ପ୍ରଥମ ଭୂକମ୍ପ ୩.୨ ତୀବ୍ରତା, ୨୩ ଡିସେମ୍ବରରେ ୩.୨ ତୀବ୍ରତା ଭୂକମ୍ପ, ୧୮ ନଭେମ୍ବରରେ ୪ ତୀବ୍ରତାର ଭୂକମ୍ପ ଆସିଥିଲା । ସେହିପରି ଏହାପୂର୍ବରୁ ୧୫ ନଭେମ୍ବର ଉତ୍ତର ଗୁଜରାଟର ପାଟଣରେ ୪.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ, ଗତ ୨୦୦ ବର୍ଷ ମଧ୍ୟରେ ଗୁଜରାଟରେ ୯ଟି ବଡ଼ ଭୂକମ୍ପ ଆସିଛି । ୨୬ ଜାନୁଆରୀ ୨୦୦୧ରେ କଚ୍ଛରେ ବିନାଶକାରୀ ଭୂକମ୍ପ ହୋଇଥିଲା । ଫଳରେ ୧୩,୮୦୦ ଲୋକ ମରିଥିଲେ । ୧.୬୭ ଜଣ ଆହତ ହୋଇଥିଲେ ।