ମହାରାଷ୍ଟ୍ର ପାଳଘରରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୩.୩

ମହାରାଷ୍ଟ୍ରର ପାଳଘରରେ ଶନିବାର ସକାଳେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୩.୩, ଯେଉଁ କାରଣରୁ କୌଣସି କ୍ଷୟକ୍ଷତି ହୋଇନାହିଁ । ସକାଳ ପ୍ରାୟ ୬ଟା ୩୫ ମିନିଟ୍‌ରେ ଝଟ୍‌କା ଅନୁଭବ କରାଯାଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ଗଭୀରରେ ଥିଲା ।

ପ୍ରତିବର୍ଷ ବିଶ୍ୱରେ ପାଖାପାଖି ୨୦ ହଜାର ଭୂମିକମ୍ପ ଆସିଥାଏ, କିନ୍ତୁ ଏଗୁଡ଼ିକର ତୀବ୍ରତା ଅଧିକ ନ ଥାଏ । ଜାତୀୟ ଭୂମିକମ୍ପ ସୂଚନା କେନ୍ଦ୍ର ଏହି ଭୂକମ୍ପକୁ ରେକର୍ଡ କରିଥାଏ । ୨୦ ହଜାର ମଧ୍ୟରୁ କେବଳ ୧୦୦ଟି ଭୂମିକମ୍ପ କ୍ଷୟକ୍ଷତି ଘଟାଇଥାଏ ।

ଇତିହାସରେ ସବୁଠାରୁ ଦୀର୍ଘସ୍ଥାୟୀ ଭୂମିକମ୍ପ ୨୦୦୪ ମସିହାରେ ଭାରତ ମହାସାଗରରେ ଆସିଥିଲା । ଏହି ଭୂମିକମ୍ପ ୧୦ ମିନିଟ୍ ଧରି ଅନୁଭୂତ ହୋଇଥିଲା ।

ନିକଟରେ ସିକ୍କିମରେ ଭୂମିକମ୍ପ ଆସିଥିଲା । ସକାଳ ୬ଟା ୫୭ ମିନିଟ୍‌ରେ ମୃଦୁ ଭୂମିକମ୍ପ ଯୋଗୁ ଲୋକେ ଭୟଭୀତ ହୋଇପଡ଼ିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୪ । ଭୂମିକମ୍ପର କେନ୍ଦ୍ରସ୍ଥଳ ସିକ୍କିମରେ ଥିବାବେଳେ ବିହାରରେ ମଧ୍ୟ ଝଟ୍‌କା ଅନୁଭୂତ ହୋଇଥିଲା ।

ଆପଣଙ୍କ ଅଞ୍ଚଳରେ ଭୂମିକମ୍ପ ଆସିଲେ କ’ଣ କରିବେ ଏବଂ କ’ଣ କରିବେ ନାହିଁ ?

୧. ଯଦି ଆପଣ କୋଠା ଘର ଭିତରେ ଅଛନ୍ତି, ତେବେ ଚଟାଣରେ ବସି ଯାଆନ୍ତୁ କିମ୍ବା କୌଣସି ଶକ୍ତିଶାଳୀ ଆସବାବପତ୍ର ତଳକୁ ଚାଲି ଯାଆନ୍ତୁ । ଯଦି କୌଣସି ଟେବୁଲ୍ କିମ୍ବା ଆସବାବପତ୍ର ନାହିଁ, ତା’ ହେଲେ ନିଜ ମୁହଁ ଓ ମୁଣ୍ଡକୁ ହାତରେ ଢାଙ୍କି ନିଅନ୍ତୁ ଏବଂ ରୁମ୍‌ର ଏକ କୋଣରେ ଯାଇ ବସନ୍ତୁ ।

୨. ଯଦି ଆପଣ ବିଲ୍ଡିଂ ବାହାରେ ଅଛନ୍ତି, ତେବେ ବିଲ୍ଡିଂ, ଗଛ, ପୋଲ ଏବଂ ବୈଦ୍ୟୁତିକ ତାରଠାରୁ ଦୂରରେ ରୁହନ୍ତୁ ।

୩. ଯଦି ଆପଣ କୌଣସି ଗାଡ଼ିରେ ଯାତ୍ରା କରୁଛନ୍ତି, ତା’ ହେଲେ ଗାଡ଼ିକୁ ଯଥାଶୀଘ୍ର ଅଟକାଇ ଦିଅନ୍ତୁ ଏବଂ ଭିତରେ ବସି ରୁହନ୍ତୁ ।

୪. ଯଦି ଆପଣ ଭଗ୍ନାବେଶଷ ତଳେ ପୋତି ହୋଇ ପଡ଼ିଛନ୍ତି, ତା’ ହେଲେ ହଲଚଲ ହୁଅନ୍ତୁ ନାହିଁ କି କୌଣସି ଜିନିଷକୁ ଧକ୍କା ଦିଅନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like