ରାତିଅଧରେ ଥରିଲା ରାଜସ୍ଥାନ ଏବଂ ଅରୁଣାଚଳ ପ୍ରଦେଶ, ତୀବ୍ରତା ୪.୨

ରାତିଅଧରେ ଥରିଲା ରାଜସ୍ଥାନର ବିକାନେର ଏବଂ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ । ରାତି ୨ଟାରେ ଭୂକମ୍ପରେ ଥରିଥିଲା ଏହି ଅଞ୍ଚଳ । ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। 

ରାଜସ୍ଥାନରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଭୂକମ୍ପ ଅନୁଭୂତ ହୋଇଛି। ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ରାଜସ୍ଥାନର ବିକାନେରରେ ୪.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହାସହିତ ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ତୀବ୍ରତା ରହିଥିଲା ।ଶନିବାର ଏବଂ ରବିବାର ମଧ୍ୟରାତ୍ରି ଓ ସକାଳ ସମୟରେ ଚାଙ୍ଗଲାଙ୍ଗରେ ୧.୪୫ ତୀବ୍ରତର ଭୂକମ୍ପ ଅନୁଭୂତ ହୋଇଥିଲା। ଉଭୟ ସ୍ଥାନରେ ଜୀବନ କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହେବା ଖବର ଆସିନାହିଁ।

ରାଷ୍ଟ୍ରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ଭୂକମ୍ପର କେନ୍ଦ୍ରସ୍ଥଳ ବିକାନେରଠାରୁ ୫୧୬ କିଲୋମିଟର ଦୂରରେ ଥିଲା। ରାତି ୨ଟା ୧୬ ମିନିଟରେ ଭୂକମ୍ପ ଝଟକା ବିକାନେରରେ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୮ କିମି ରହିଥିଲା । ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗରେ ହୋଇଥିବା ଭୂକମ୍ପ ରାତି ୧ଟା ୪୫ ମିନିଟରେ ହୋଇଥିଲା । ଯାହାର ଗଭୀରତା ୭୬ କିମି ରହିଥିଲା ।

ଗତ କିଛି ମାସ ମଧ୍ୟରେ ଉତ୍ତରପ୍ରଦେଶ, ହିମାଚଳ, ଉତ୍ତର-ପୂର୍ବ ରାଜ୍ୟ ସମେତ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଚାରି ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ ରେ ମାପ କରାଯାଇଥିଲା।

ସୂଚନାଯୋଗ୍ୟ, ପାକିସ୍ତାନ ଏବଂ ଆଫଗାନିସ୍ତାନରେ ୬.୫ ତୀବ୍ରତାର ଭୂମିକମ୍ପ ହୋଇଥିଲା । ଏହାର କେନ୍ଦ୍ର ଥିଲା ନାଙ୍ଗଲୋଇ। ଏହାର ଗୋଟିଏ ଦିନ ପୂର୍ବରୁ ମଧ୍ୟ ଦିଲ୍ଲୀ ଏନସିଆରରେ ଭୂକମ୍ପର ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା।  ପ୍ରାୟ ୩୦ ରୁ ୪୦ ସେକେଣ୍ଡ ପର୍ଯ୍ୟନ୍ତ ଏହି କମ୍ପନ ଅନୁଭୂତ ହୋଇଥିଲା ଏବଂ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।

ଜମ୍ମୁ ଏବଂ କଶ୍ମୀର , ହରିୟାଣା, ପଞ୍ଜାବ, ହିମାଚଳପ୍ରଦେଶ ଏବଂ ରାଜସ୍ଥାନ ଭୂକମ୍ପରେ ଥରି ଉଠିଥିଲା । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ରହିଥିଲା ୬.୫ । ଏହାର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ର । ରାତି ୧୦ଟା ୧୭ ମିନିଟରେ ଝଟକା ଅନୁଭୂତ ହୋଇଥିଲା ।

Leave A Reply

Your email address will not be published.