ଭୂକମ୍ପରେ ଥରିଲା ଆଫଗାନିସ୍ତାନ: ରିକ୍ଟର ସ୍କେଲରେ ତ୍ରୀବତା ୫.୩, ମୃତ୍ୟୁ ସଂଖ୍ୟା ୨୬

ଆଫଗାନିସ୍ତାନ: ଭୂକମ୍ପରେ ଥରିଲା ଆଫଗାନିସ୍ତାନ। ଆଫଗାନିସ୍ତାନର ପଶ୍ଚିମ ପ୍ରାନ୍ତ ବଡଘିସରେ ଭୟଙ୍କର ଭୂକମ୍ପ। ରିକ୍ଟର ସ୍କେଲରେ ଏହାର ତ୍ରୀବତା ଥିଲା ୫ ଦଶମିକ ୩। ଭୂକମ୍ପରେ ବହୁ ଧନଜୀବନ ନଷ୍ଟ ହୋଇଛି। ମୃତ୍ୟୁ ସଂଖ୍ୟା ୨୬ରେ ପହଞ୍ଚିଛି।

ମୃତକଙ୍କ ମଧ୍ୟରେ ୫ଜଣ ମହିଳା ଓ ୪ ଜଣ ଶିଶୁ ଅଛନ୍ତି। ୪ରୁ ଅଧିକ ଆହତ ହୋଇଛନ୍ତି। ବଡ଼ ବଡ଼ ଘର ଭୁଶୁଡ଼ି ପଡିଛି। ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ଦେଶରେ ମାନବୀୟ ସଙ୍କଟ ଦେଖାଦେଇଛି। ଏହା ସହ ଭୂକମ୍ପ ପରିସ୍ଥିତିକୁ ଆହୁରି ସଙ୍ଗୀନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.