ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ, ଘରୁ ଭୟରେ ଦୌଡିଲେ ଲୋକ

ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନରେ । ଆଫଗାନର ରାଜଧାନୀ କାବୁଲରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪.୯ ରହିତିଲା । ରାତିଅଧରେ ଭୂକମ୍ପ ଯୋଗୁଁ ଲୋକମାନେ ଶୋଇଥିବା ଅବସ୍ଥାରେ ଘରୁ ଦୌଡିଥିଲେ । ତେବେ କୌଣସି ଜନହାନୀ ହୋଇନାହିଁ ବୋଲି ଖବର ମିଳିଛି ।

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ, ଶୁକ୍ରବାର ରାତି ପ୍ରାୟ ୧ଟା ସମୟରେ ଆଫଗାନିସ୍ତାନରେ ଏକ ଭୂକମ୍ପ ଘଟିଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରେକର୍ଡ କରାଯାଇଥିଲା । ଭୂକମ୍ପ ୧୬୦ କିଲୋମିଟର ଗଭୀରତାରେ ହୋଇଥିଲା । ଏପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ନାହିଁ ।

ଏହାପୂର୍ବରୁ ମାର୍ଚ୍ଚରେ ୪.୦ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ହୋଇଥିଲା । ଏନସିଏସ୍ ଅନୁଯାୟୀ, ଗଭୀର ଭୂକମ୍ପ ଅପେକ୍ଷା ଅଳ୍ପ ଭୂକମ୍ପ ଅଧିକ ବିପଜ୍ଜନକ। ଆଫଗାନିସ୍ତାନ ଏକ ଭୂକମ୍ପ ସମ୍ବେଦନଶୀଳ ଅଞ୍ଚଳ ।

ଏହାପୂର୍ବରୁ ଭାରତର ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ମେଘାଳୟରେ ସନ୍ଧ୍ୟା ୫ଟା ୪୧ ମିନିଟରେ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ମେଘାଳୟର ପୂର୍ବ ଗୋରା ହିଲ୍ସ ଠାରୁ ୧୦ କିମି ଗଭୀରତାରେ ବୋଲି ଜଣାପଡିଥିଲା । ସେହିପରି ୧୮ ମାର୍ଚ୍ଚରେ ମଣିପୁରରେ ଅଧରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୩.୮ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ଆଫଗାନିସ୍ତାନରେ ଅନେକ ବଡ଼ ଭୂକମ୍ପ ଘଟିଥିଲା । ଭୂକମ୍ପରେ ପ୍ରାୟ ୪,୦୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା । ୯ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ୧୩ ହଜାର ଘର କ୍ଷତିଗ୍ରସ୍ତ ହୋଇଥିଲା । ସେହି ସମୟରେ ଭୂକମ୍ପର ତୀବ୍ରତା ୬.୩ ରେ ମାପ କରାଯାଇଥିଲା ।

Also Read : ଗାଜାରେ ପୁଣି ଏୟାରଷ୍ଟ୍ରାଇକ କଲା ଇସ୍ରାଏଲ, ୩୦୦ରୁ ଅଧିକ ମୃତ