ଭୂକମ୍ପରେ ଥରିଲା ପେରୁ ଓ ଇକ୍ୱେଡର : ୧୪ ମୃତ, ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା
ପେରୁ ଓ ଇକ୍ୱେଡରରେ ଭୂକମ୍ପର ତୀବ୍ର ଝଟ୍କା । ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୬.୭ ।ଏହି ଦୁର୍ଘଟଣାରେ ପ୍ରାୟ ୧୨ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି।

ନୂଆଦିଲ୍ଲୀ : ଥରିଲା ଦକ୍ଷିଣ ଆମେରିକୀୟ ଦେଶ ଇକ୍ୱେଡର। ପେରୁ ଓ ଇକ୍ୱେଡରରେ ଭୂକମ୍ପର ତୀବ୍ର ଝଟ୍କା । ରିକ୍ଟର ସ୍କେଲରେ ତୀବ୍ରତା ରହିଛି ୬.୭ ।ଏହି ଦୁର୍ଘଟଣାରେ ପ୍ରାୟ ୧୪ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସେଠାକାର ସରକାରଙ୍କ ପକ୍ଷରୁ କୁହାଯାଇଛି।
ଗୁୟାସ ଉପକୂଳରେ ଭୂକମ୍ପର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ଭୂମିକମ୍ପର କେନ୍ଦ୍ରସ୍ଥଳ ୮୦ କିମି ଦୂର ଗ୍ଵାୟାକ୍ୱିଲ ସହର । ଭୂମିକମ୍ପରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବା ସୂଚନା ମିଳିଛି । ସେହିପରି ଅନେକ ଘର, ସ୍କୁଲ ଓ ମେଡିକାଲ ଭୁଷୁଡିପଡ଼ିଛି। ତେବେ ଘଟଣାସ୍ଥଳକୁ ଏମର୍ଜେନ୍ସି ଟିମକୁ ପଠାଯାଇଥିବାବେଳେ ଗୁରୁତରମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ଇକ୍ବାଡରର ରାଷ୍ଟ୍ରପତି ଗୁଲେରମୋ ଲାସନ ଟ୍ବିଟ କରି କହିଛନ୍ତି।