ଭୟଙ୍କର ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ରିକ୍ଟର ସ୍କେଲରେ ତୀବ୍ରତା ୬.୫ ରେକର୍ଡ଼

ଭୟଙ୍କର ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ୬ ଦଶମିକ ୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। Riverton ଦ୍ବୀପ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀର ପର୍ଯ୍ୟନ୍ତ ଭକମ୍ପର ଝଟକା ଅନୁଭୂତ ହୋଇଛି । ଝଟକା ପରେ ଲୋକେ ଭୟରେ ଘରୁ ବାହାରାକୁ ଚାଲିଆସିଥିଲେ । ତେବେ ଜୀବନହାନୀ କିମ୍ବା କ୍ଷୟକ୍ଷତିର କୌଣସି ସୂଚନା ମିଳିନାହିଁ । ଆସନ୍ତା ଏକ ଘଣ୍ଟା ପର୍ଯ୍ୟନ୍ତ ସୁନାମି ସତର୍କତା ନଥିବା ନ୍ୟୁଜିଲାଣ୍ଡ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

୨୦୧୧ ମସିହାରେ ନ୍ୟୁଜିଲାଣ୍ଡରେ ଭୟଙ୍କର ଭୂକମ୍ପରେ ୧୮୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ : ଅଧରାତିରେ ଭୂକମ୍ପ ଝଟକାରେ ଥରିଲା ଆଫଗାନିସ୍ତାନ, ଘରୁ ଭୟରେ ଦୌଡିଲେ ଲୋକ