ଭୂକମ୍ପ ଝଟକାରେ ଥରିଲା ଜମ୍ମୁ କଶ୍ମୀର, ଗୁଜରାଟ ଏବଂ ଲଦାଖ

ଜମ୍ମୁ କଶ୍ମୀର ଏବଂ ଗୁଜରାଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୪ ରହିଥିବା ଜଣାପଡିଛି । ସେହିପରି ଜମ୍ମୁରେ ଭୂକମ୍ପର ତୀବ୍ରତା ୨.୭ ରହିଛି । ସେହିପରି ଲେହ-ଲଦାଖରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଯେଉଁଥିରେ ଭୂକମ୍ପର ତୀବ୍ରତା ୩.୯ ରହିଛି ।
ତେବେ ଭୂକମ୍ପରେ କ୍ଷୟକ୍ଷତିଜନିତ କିଛି ଆକଳନ କରାଯାଇନାହିଁ । ଭୂକମ୍ପ ଝଟକା ପାଇବା ପରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ ।
EQ of M: 2.7, On: 03/05/2025 02:29:47 IST, Lat: 32.95 N, Long: 75.76 E, Depth: 5 Km, Location: Doda, Jammu and Kashmir.
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/VeaXB4a1TP— National Center for Seismology (@NCS_Earthquake) May 2, 2025
EQ of M: 3.9, On: 02/05/2025 23:56:00 IST, Lat: 34.55 N, Long: 78.85 E, Depth: 10 Km, Location: Leh Ladakh, Ladakh.
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/heVZM7jFmi— National Center for Seismology (@NCS_Earthquake) May 2, 2025
ସୂଚନାଯୋଗ୍ୟ, ଜିଏସଡିଏମଏ ମୁତାବକ, ଗୁଜରାଟ ଭୂକମ୍ପପ୍ରବଣ ଅଞ୍ଚଳ । ଗତ ୨୦୦ ବର୍ଷ ମଧ୍ୟରେ ୯ଟି ବଡ ଭୂମିକମ୍ପ ଗୁଜରାଟରେ ହୋଇଛି । ୨୦୦୧ରେ କଛରେ ଆସିଥିବା ବଡ଼ ଭୂକମ୍ପ । ଏଥିରେ ପ୍ରାୟ ୧୪ ହଜାର ଲୋକଙ୍କ ପ୍ରାଣ ଚାଲିଯାଇଥିଲା । ୧.୬୭ ଲକ୍ଷ ଲୋକ ବାସହୀନ ହୋଇଥିଲେ ।
Also Read : ଜମ୍ମୁ କଶ୍ମୀର : ବାଦଲଫଟା ବର୍ଷା ପରେ ଭୂସ୍ଖଳନ, ଜନଜୀବନ ଅସ୍ତବ୍ୟସ୍ତ