ପୁଣି ଥରିଲା ମିଆଁମାର, ଭୂକମ୍ପ ତୀବ୍ରତା ୫.୫

ପୁଣି ସକାଳୁ ସକାଳୁ ଥରିଲା ମିଆଁମାର । ଆଜି ସକାଳେ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୫ ରହିଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ଘରୁ ଦୌଡି ବାହାରକୁ ଚାଲିଆସିଥିଲେ । ନିକଟରେ ଭୂକମ୍ପ ହୋଇ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା ।
ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ମିଆଁମାରରେ ଏପ୍ରିଲ ୧୩ ସକାଳ ୭.୫୪ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀରତାର ଥିଲା । ଭୂକମ୍ପର ତୀବ୍ରତା ୫.୫ ରହିଥିଲା ବୋଲି ଜଣାପଡିଛି । ତେବେ ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ବାହାରକୁ ଦୌଡି ଆସିଥିଲେ ।
EQ of M: 5.1, On: 13/04/2025 07:54:58 IST, Lat: 21.13 N, Long: 96.08 E, Depth: 10 Km, Location: Myanmar.
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/Fr8qprdNdt— National Center for Seismology (@NCS_Earthquake) April 13, 2025
ସୂଚନାଯୋଗ୍ୟ, ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ହୋଇଥିବା ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଭୀଷଣ ବିପର୍ଯ୍ୟୟ ହୋଇଥିଲା । ୭.୭ ଏବଂ ୭.୨ ତୀବ୍ରତାର ୨ଟି ଭୂକମ୍ପ ପ୍ରଭାବରେ ମିଆଁମାରରେ ଅନେକ ସୁଉଚ୍ଚ ଅଟ୍ଟାଳିକା ଆଖି ପିଛୁଳାକେ ମାଟିରେ ମିଶିଯାଇଥିଲା । ମିଆଁମାରରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୦୦ରୁ ଅଧିକ ଆହତ ହୋଇଥିଲେ । ମିଆଁମାରର ଭୂକମ୍ପର ପ୍ରଭାବ ୯୦୦ କିମି ଦୂରରେ ଥିବା ପଡ଼ୋଶୀ ଥାଇଲାଣ୍ଡର ରାଜଧାନୀ ବ୍ୟାଂକକରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ଘଟିଥିଲା ।
ସେହିଭଳି ଗତକାଲି ପାକିସ୍ତାନର ରାୱଲପିଣ୍ଡି ଠାରୁ ଉତ୍ତର ପଶ୍ଚିମ ୬୦ କିମି ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୫.୮ ରହିଥିଲା । ପଞ୍ଜାବର ଆଟକ୍, ଚକୱାଲ ଏବଂ ମିଆଁୱାଲି ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ଖାଇବର ପଖତୁନଖ୍ୱା ପ୍ରଦେଶର ପେଶାୱର, ମର୍ଦାନ, ମହମ୍ମଦ ଏବଂ ଶବକଦରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୪ ଏପ୍ରିଲରେ ନେପାଳରେ ଏବଂ ୯ ଏପ୍ରିଲରେ ତାଇୱାନରେ ଭୂମିକମ୍ପ ହୋଇଥିଲା । ଏହାର ପ୍ରଭାବ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା ।
Also Read : ୫.୮ ତୀବ୍ରତାର ଭୂମିକମ୍ପରେ ଥରିଲା ପାକିସ୍ତାନ, ଘରୁ ବାହାରକୁ ଦୌଡ଼ି ଆସିଲେ ଲୋକେ