ଭୂକମ୍ପ ଝଟକାରେ ଥରିଲା ରାଞ୍ଚି ଓ ଜାମଶେଦପୁର, ଭୟଭୀତ ହୋଇ ଘରୁ ଦୌଡିଲେ ଲୋକ

ଭୂକମ୍ପ ଝଟକାରେ ଥରିଲା ଝାଡଖଣ୍ଡ । ଭୂକମ୍ପର ତୀବ୍ରତା ୪.୩ ବୋଲି ଜଣାପଡିଛି । ଭୂକମ୍ପ ଝଟକା ରାଞ୍ଚି ଏବଂ ଜାମଶେଦପୁରରେ ଅନୁଭୂତ ହୋଇଛି । ଭୂକମ୍ପ ଝଟକା ଅନୁଭୂତ କରିବା ପରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ । ତେବେ ଭୂକମ୍ପ ଜନିତ କୌଣସି କ୍ଷୟକ୍ଷତି ଆକଳନ କରାଯାଇନାହିଁ ।

ଜାମଶେଦପୁରର କିଛି ଅଞ୍ଚଳରେ ଆଜି ସକାଳ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରାଞ୍ଚିର ତମାଡରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଶନିବାର ସକାଳ ୯.୨୦ରେ ଆସିଥିବା ଭୂକମ୍ପ ଝଟକା ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡିଥିଲେ । ଚାଇବାସାର ଚକ୍ରଧରପୁରରେ ଭୂକମ୍ପ ଝଟକାକୁ ଭ କରି ଲୋକମାନେ ଘରୁ ବାହାରି ଆସିଥିଲେ ।

ଝାଡଖଣ୍ଡର ଖରସାୱା ଜିଲ୍ଲାର ୧୩ କିମି ଦୂର ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୪.୩ ଥିଲା । ତେବେ ଏପର୍ଯ୍ୟନ୍ତ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା ଜଣାପଡିନାହିଁ ।

You might also like