ଇଣ୍ଡୋନେସିଆକୁ ଘାରିଛି ଦୈବୀ ଦୁର୍ବିପାକ : ମୃତ୍ୟୁ ସଂଖ୍ୟା ୧୨୦୦, ପୁଣି ଭୂମିକମ୍ପ, ଥରିଲା ସୁମ୍ବା ଦ୍ବୀପ

ଜାକର୍ତ୍ତା : ଇଣ୍ଡୋନେସିଆକୁ ଘାରିଛି ଦୈବୀ ଦୁର୍ବିପାକ । ଭୂମିକମ୍ପ ଓ ସୁନାମି ଦୁଃଖ ନଯାଉଣୁ ପୁଣି ଭୂମିକମ୍ପ ହୋଇଛି । ଗତକାଲି ରାତି ପ୍ରାୟ  ୧୧ଟା ପରେ ଦୁଇ ଦୁଇଥର ଥରିଛି ସୁମ୍ବା ଅଞ୍ଚଳ । ପ୍ରଥମେ ୫.୯ ଏବଂ ୧୫ ମିନିଟ୍ ପରେ ୬.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା ।  ରହିଥିଲା । ସୁଲେୱେସି ଦ୍ବୀପରୁ ପ୍ରାୟ ୧୦୦ ମାଇଲ୍ ଦୂର ସୁମ୍ବା ଅଞ୍ଚଳରେ ଏହି ଭୂମିକମ୍ପ ହୋଇଛି । ତେବେ କ୍ଷୟକ୍ଷତିର କିଛି ସୂଚନା ମିଳି ନାହିଁ । ।

EARTHQAUKE IN SUMBA-2

ଆଉ ୩୪ ଜଣଙ୍କ ମୃତଦେହ ମିଳିଲା

ଗତ ଶୁକ୍ରବାର ଦିନ ୭.୫ ତୀବ୍ରତାର ଭୂମିକମ୍ପ ପରେ ସୁନାମି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହେବା ସହ ୧୨୦୦ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ଆଉ ୩୪ ଜଣଙ୍କର ମୃତଦେହ ମିଳିଛି । ଏମାନେ ସମସ୍ତେ ଛାତ୍ର ଛାତ୍ରୀ । ଜୋନୁଙ୍ଗ ଚର୍ଚ୍ଚରେ ଏକ ତାଲିମ ଶିବିର ଚାଲିଥିବା ବେଳେ ସେଠାରେ ୮୬ ଜଣ ବିଦ୍ୟାର୍ଥୀ ନିଖୋଜ ଥିଲେ । ଚର୍ଚ୍ଚଟି ଭୁଶୁଡ଼ି ପଡ଼ିବାରୁ ଏମାନଙ୍କ ମଧ୍ୟରୁ ୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିପର୍ଯ୍ୟୟ ଯୋଗୁଁ ସାରା ଦେଶରେ ପ୍ରାୟ ୬୦ ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି ।

SUMBA MAP

ରିଙ୍ଗ ଅଫ୍ ଫାୟାର ବା ଅଗ୍ନି ବଳୟରେ ଭିତରେ ରହିଛି ପୂରା ଇଣ୍ଡୋନେସିଆ ଦେଶ । ୪୫୨ଟି ଆଗ୍ନେୟଗିରି ରହିଛି । ପୂରା ବିଶ୍ବରେ ହେଉଥିବା ଭୂମିକମ୍ପ ଭିତରୁ କେବଳ ଇଣ୍ଡୋନେସିଆରେ ହୁଏ ୯୦ ପ୍ରତିଶତ । ବର୍ଷ ସାରା ସାରା ବିଶ୍ବରେ ଯେତିକି ବଡ଼ ବଡ଼ ଭୂମିକମ୍ପ ହୁଏ ତାର ୮୧ ପ୍ରତିଶତ ଭୂମିକମ୍ପ କେବଳ ଇଣ୍ଡୋନେସିଆରେ ଘଟିଥାଏ ।

ଭାରତର ସହାୟତା

ଭାରତ ପକ୍ଷରୁ ଇଣ୍ଡୋନେସିଆକୁ ସହାୟତା ଯୋଗା ଯାଇଛି । ନୌସେନାର ୩ଟି ଜାହାଜ ଉଦ୍ଧାର ଓ ସହାୟତା ପାଇଁ ନିୟୋଜିତ ହୋଇଛନ୍ତି । ଭାରତ ପକ୍ଷରୁ ପାଣି ବୋତଲ, ଜୁସ୍, ବିସ୍କୁଟ, କ୍ଷୀର ପ୍ୟାକେଟ୍ ପଠା ଯାଇଛି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଣ୍ଡେଶନେସିଆ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଥିଲେ ।

india ship

You might also like