ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୮ ରେକର୍ଡ

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଦୋହଲିଲା ତାଇୱାନ । ବୁଧବାର ଅର୍ଥାତ ଆଜି ସକାଳେ ତାଇୱାନର ରାଜଧାନୀ ତାଇପେଇରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ ଖୁବ ଭୟଙ୍କର ପରିସ୍ଥିତି ଦେଖାଯାଇଥିଲା । କେନ୍ଦ୍ରୀୟ ପାଣିପାଗ ପ୍ରଶାସନ ଭୂମିକମ୍ପର ତୀବ୍ରତା ୫.୮ ରେକର୍ଡ ମାପିଛି । ଭୂମିକମ୍ପ ଯୋଗୁଁ ତାଇପେରେ କୋଠାଗୁଡ଼ିକ କିଛି ସେକେଣ୍ଡ ପାଇଁ କମ୍ପିତ ହୋଇଥିଲା । ଆମେରିକାର ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଉତ୍ତର-ପୂର୍ବ ଉପକୂଳରେ ୟିଲାନରୁ ପ୍ରାୟ ୨୧ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ଥିଲା । ଏହା ପୃଥିବୀ ପୃଷ୍ଠରୁ ୬୯ କିଲୋମିଟର ତଳେ ଗଭୀରତାରେ ଥିଲା ।

ସୂଚନାଯୋଗ୍ୟ, ତାଇୱାନରେ ସବୁଠାରୁ ବିନାଶକାରୀ ଭୂମିକମ୍ପ ୨୧ ସେପ୍ଟେମ୍ବର ୧୯୯୯ ରେ ଘଟିଥିଲା, ଯାହାର ତୀବ୍ରତା ୭.୭ ଥିଲା । ଏଥିରେ ୨୪୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ ଏକ ଲକ୍ଷ ଲୋକ ଆହତ ହୋଇଥିଲେ । ଭୂମିକମ୍ପ ଦୃଷ୍ଟିରୁ ତାଇୱାନ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅବସ୍ଥିତ ଏବଂ ଏଠାରେ ପ୍ରାୟତଃ ଭୂମିକମ୍ପ ଘଟେ ।

୧୯୦୦ ରୁ ୧୯୯୧ ପର୍ଯ୍ୟନ୍ତ, ଦେଶରେ ପ୍ରତିବର୍ଷ ପ୍ରାୟ ୨୨୦୦ ଭୂମିକମ୍ପ ଘଟିଥିଲା ​​ଏବଂ ଏଥିମଧ୍ୟରୁ ୨୧୪ଟି ବିପଦପୂର୍ଣ୍ଣ ଥିଲା । ୧୯୯୧ ରୁ ୨୦୦୪ ପର୍ଯ୍ୟନ୍ତ ୧୮,୬୪୯ ଟି ଭୂମିକମ୍ପ ହୋଇଥିଲା । ୧୯୯୯ ମସିହାରେ ସର୍ବାଧିକ ଭୂମିକମ୍ପ ହୋଇଥିଲା ଏବଂ ପୃଥିବୀ ୪୯,୯୧୯ ଥର କମ୍ପିତ ହୋଇଥିଲା । ୧୯୦୦ ମସିହାରୁ ତାଇୱାନରେ ୯୬ଟି ଘାତକ ଭୂମିକମ୍ପ ହୋଇଛି ।

ଭୂମିକମ୍ପ କାହିଁକି ହୁଏ?

ପୃଥିବୀ ଟେକ୍ଟୋନିକ୍ ପ୍ଲେଟ ଉପରେ ଅବସ୍ଥିତ ଏବଂ ଏହାର କେନ୍ଦ୍ରରେ ତରଳ ପଦାର୍ଥ ଅଛି । ଟେକ୍ଟନିକ୍ ପ୍ଲେଟ୍ ପରସ୍ପର ସହିତ ଅନେକ ଥର ଧକ୍କା ଖାଇଥାଏ । ଧକ୍କା ଯୋଗୁଁ, ଶକ୍ତି ବାହାରକୁ ନିର୍ଗତ ହୁଏ ଏବଂ ଏହି ଅସ୍ଥିରତା ଭୂମିକମ୍ପ ସୃଷ୍ଟି କରେ ।

Also read: ଇଣ୍ଡୋନେସିଆକୁ ଥରାଇଲା ଶକ୍ତିଶାଳୀ ଭୂକମ୍ପ, ତୀବ୍ରତା ଥିଲା ୫.୯