ତାଇୱାନ ଏବଂ ଗୁଜରାଟରେ ଭୂକମ୍ପ ଝଟକା, ୫.୨ ତୀବ୍ରତାର ଭୂକମ୍ପରେ ଦୋହଲିଲା ତାଇୱାନ

ତାଇୱାନର ତାଇତୁଙ୍ଗ କାଉଣ୍ଟି ସମୁଦ୍ରରେ ୫.୨ ତୀବ୍ରତାର ଭୂକମ୍ପ ହୋଇଛି । ଏହାର କେନ୍ଦ୍ର ସମୁଦ୍ର ସ୍ଥଳରୁ ୧୫ କିମି ଗଭୀରତାରେ ରହିଛି । ତେବେ ଭୂକମ୍ପର ଝଟକା ପୂର୍ବ ଚୀନର ଫୁଜିୟାନର ପ୍ରାନ୍ତର ଫୁଜୋ, କ୍ବାନଝାଓ ଏବଂ ଅନ୍ୟ ଅଞ୍ଚଳରେ ଅନୁଭୂତ ହୋଇଛି । ସ୍ଥାନୀୟ ଲୋକ ଭୂକମ୍ପକୁ ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତେବେ ଭୂକମ୍ପରେ କୌଣସି ହତାହତ ହେବାର ଖବର ମିଳିନାହିଁ । ସେହିପରି ଗୁଜରାଟରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଇନଷ୍ଟିଚ୍ୟୁଟ ଅଫ ସିସ୍ମୋଲୋଜିକଲ ରିସର୍ଚ୍ଚ ଅନୁସାରେ, ସୌରାଷ୍ଟ୍ର ଅଞ୍ଚଳରେ ସକାଳ ୧୦ଟା ୧୨ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୨ ରହିଥିଲା । ଏହାର ଗଭୀରତା ୬.୪ କିମି ରହିଥିଲା । ଭୂକମ୍ପର କେନ୍ଦ୍ର ଅମରେଲୀ ସ୍ଥିତ ରହିଥିଲା । ତେବେ ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିଲା ।

ତାଇୱାନରେ ଏହା ପୂର୍ବରୁ ୨୬ ଜାନୁଆରୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇସେନ୍ସଜ ଅନୁସାରେ, ତାଇୱାନରେ ୫.୬ ତୀବ୍ରତାର ଭୂକିମ୍ପ ଆସିଥିଲା । ଭୂକମ୍ପର କେନ୍ଦ୍ର ୧୬ କିମି ଗଭୀରତାରେ ରହିଥିଲା ।

ତା’ ପୂର୍ବରୁ ଜାନୁଆରୀ ୨୧ରେ ତାଇୱାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୬.୪ ତୀବ୍ରତାର ଭୂକମ୍ପରେ ୨୭ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହାସହିତ ଅନେକ ସ୍ଥାନରେ ସଂପତ୍ତି ନଷ୍ଟ ହୋଇଥିଲା ।

ସୂଚନାଯୋଗ୍ୟ, ଗୁଜରାଟର କଚ୍ଛରେ ମଙ୍ଗଳବାର ଦିନ ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୦ ଏବଂ ୨.୮ ରେକର୍ଡ କରାଯାଇଥିଲା ।

Also Read : ଏବେ ଫେରିବେନି ସୁନୀତା ୱିଲିୟମ୍ସ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲଞ୍ଚ ହୋଇପାରିଲାନି ରକେଟ୍