ମିଆଁମାର ପରେ ଭୂକମ୍ପରେ ଥରିଲା ତାଜିକିସ୍ତାନ, ତୀବ୍ରତା ୬.୧

ମିଆଁମାର ପରେ ଭୂକମ୍ପରେ ଥରିଛି ତାଜିକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ ହୋଇଛି । ଭୃଗର୍ଭ ଠାରୁ ୧୬ କିଲୋମିଟର ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂମିକମ୍ପ ଝଟକାରେ ଥରିଲା ଘରଦ୍ବାର । ଭୟରେ ଲୋକେ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।

ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଥର ଭୂକମ୍ପ ହୋଇଛି । ଗତକାଲି ଅପରାହ୍ନରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନ ଓ ତାଜକିସ୍ଥାନ ସୀମା ଭୂକମ୍ପର କେନ୍ଦ୍ରସ୍ଥଳି ଥିଲା ।

ଆଜି ସକାଳେ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୫ ରହିଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକ ଘରୁ ଦୌଡି ବାହାରକୁ ଚାଲିଆସିଥିଲେ । ନିକଟରେ ଭୂକମ୍ପ ହୋଇ ୩ ହଜାରରୁ ଅଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା ।

ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ମିଆଁମାରରେ ଏପ୍ରିଲ ୧୩ ସକାଳ ୭.୫୪ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ର ୧୦ କିମି ଗଭୀରତାର ଥିଲା । ଭୂକମ୍ପର ତୀବ୍ରତା ୫.୫ ରହିଥିଲା ବୋଲି ଜଣାପଡିଛି । ତେବେ ଭୂକମ୍ପ ଝଟକା ପରେ ଲୋକମାନେ ଭୟରେ ବାହାରକୁ ଦୌଡି ଆସିଥିଲେ ।

ସେହିଭଳି ଗତକାଲି ପାକିସ୍ତାନର ରାୱଲପିଣ୍ଡି ଠାରୁ ଉତ୍ତର ପଶ୍ଚିମ ୬୦ କିମି ଦୂରରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୫.୮ ରହିଥିଲା । ପଞ୍ଜାବର ଆଟକ୍, ଚକୱାଲ ଏବଂ ମିଆଁୱାଲି ଜିଲ୍ଲା ଏବଂ ସଂଲଗ୍ନ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଏହା ବ୍ୟତୀତ ଖାଇବର ପଖତୁନଖ୍ୱା ପ୍ରଦେଶର ପେଶାୱର, ମର୍ଦାନ, ମହମ୍ମଦ ଏବଂ ଶବକଦରରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

Also Read : ପୁଣି ଥରିଲା ମିଆଁମାର, ଭୂକମ୍ପ ତୀବ୍ରତା ୫.୫