ବଙ୍ଗୋପସାଗରରେ ଭୂକମ୍ପ, ତୀବ୍ରତା ୫.୧

ବଙ୍ଗୋପସାଗରରେ ଭୂମିକମ୍ପ ଝଟକା । ଭୂକମ୍ପର ତୀବ୍ରତା ୫.୧ ରହିଛି । ଆଜି ସକାଳ ୯ଟା ୧୨ ମିନିଟ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ତେବେ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ । ଭୂକମ୍ପ ଯୋଗୁଁ ସମୁଦ୍ରରେ ଉଚ୍ଚ ଉଚ୍ଚ ଜୁଆର ଉଠିଛି । ଅନେକ ସ୍ଥାନରେ ସୁନାମୀ ଆଶଙ୍କା କରାଯାଉଛି । ତେବେ ଏପର୍ଯ୍ୟନ୍ତ କୌଣସି ସତର୍କ ସୂଚନା ଦିଆଯାଇନାହିଁ ।

ଆମେରିକାର ୟୁନାଇଟେଡ ଷ୍ଟେଟ ଜିଓଲୋଜିକାଲ ସର୍ଭେ ମୁତାବକ, ଭୂକମ୍ପର କେନ୍ଦ୍ର କେନ୍ଦ୍ରଶାସିତ ପ୍ରଦେଶ ଆଣ୍ଡାମାନ ନିକୋବର ଦ୍ୱୀପର ପରକା ଗାଁ ଠାରୁ ୧୩୫ କିମି ଦୂର ସମୁଦ୍ର ଗଭୀରତାରେ ହୋଇଛି । ସମୁଦ୍ର ସ୍ଥଳକରୁ ୧୦ କିମି ଗଭୀର ଭୂକମ୍ପ କେନ୍ଦ୍ର ରହିଛି । ଆଣ୍ଡାମାନ ନିକଟରେ ଭୂକମ୍ପର କେନ୍ଦ୍ର ହୋଇଥିବା ଯୋଗୁଁ ଝଟକା ଅନୁଭୂତ କରାଯାଇଛି ।

ତେବେ ଏହାର ଝଟକା ପଶ୍ଚିମବଙ୍ଗ ତଟବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହୋଇଛି । ଚଳିତ ବର୍ଷ ଏପ୍ରିଲ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ୧୧ ଏପ୍ରିଲରେ ପଶ୍ଚିମବଙ୍ଗ ତଟବର୍ତ୍ତୀ ଅଞ୍ଚଳରେ ୪.୨ ତୀବ୍ରତାର ଭୂକମ୍ପ ଆସିଥିଲା । ଏହାର ଗଭୀରତା ୧୦ କିମି ରହିଥିଲା । ତେବେ ଏହି ଝଟକା ଯୋଗୁଁ କାହାର କିଛି କ୍ଷତି ହୋଇନଥିଲା । ତେବେ ବଙ୍ଗୋପସାଗରରେ ଭୂକମ୍ପ ଝଟକା ଅଧିକ ହେଲେ ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ ଝଟକା ଅନୁଭୂତ ହୁଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.