ପୁଣି ଭୂକମ୍ପ ଝଟକାରେ ଦୋହଲିଲା ମିଆଁମାର, ବିଳମ୍ବିତ ରାତିରେ ୨ ଥର ଝଟକା ଅନୁଭୂତ

ପୁଣିଥରେ ଭୂକମ୍ପ ଝଟକାରେ ଥରିଲା ମିଆଁମାର । ଶୁକ୍ରବାର ରାତିରେ ମିଆଁମାରର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଶୁକ୍ରବାର ରାତିରେ ମିଆଁମାରରେ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିଲା ।

ଶୁକ୍ରବାର ରାତି ୧୧.୦୪ ମିନିଟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଶୁକ୍ରବାର ରାତି ୧୧.୩୧ ମିନିଟରେ ମିଆଁମାରରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ କହିଛି ଯେ, ଏହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ମାପ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୩୦ କିଲୋମିଟର ତଳେ ରହିଥିଲା ।


ବିଳମ୍ବିତ ରାତିରେ ହୋଇଥିବା ଭୂମିକମ୍ପ ଝଟକାରେ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଫଳରେ ଲୋକମାନେ ଘରୁ ବାହାରକୁ ଦୌଡି ଆସିଥିଲେ ।

ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଆସାମରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ୨.୯ ର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ, ପୂର୍ବରୁ ମିଆଁମାରରେ ୨୮ ମାର୍ଚ୍ଚରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୭.୭ । ମିଆଁମାରର ସରକାରଙ୍କ ଅନୁଯାୟୀ, ମାର୍ଚ୍ଚ ମାସରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୨,୦୫୬ ରହିଥିବା ବେଳେ ୩,୯୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ ୨୭୦ ଜଣ ନିଖୋଜ ରହିଛନ୍ତି ।

Also Read : ୟେମେନରେ ଆମେରିକାର ପ୍ରଚଣ୍ଡ ଏୟାରଷ୍ଟ୍ରାଇକ: ୮୦ ମୃତ , ୧୨୦ ଜଣ ଆହତ