ଭୂକମ୍ପରେ ଥରିଲା ଦିଲ୍ଲୀ ଓ ଏନସିଆର, ରିକ୍ଟର ସ୍କେଲରେ ତୀବ୍ରତା ୫.୮
ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଦିଲ୍ଲୀ । ଦିଲ୍ଲୀ ଏନସିଆର୍ ଓ ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍କା । ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳରେ ଭୂକମ୍ପ । ୩୦ ସେକେଣ୍ଡ ପର୍ଯ୍ୟନ୍ତ ଥରିଲା ଆଖପାଖ ଅଞ୍ଚଳ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୫.୮ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନ ସମେତ ପିଥୋରାଗଡ ଓ ଆଲମୋଡାରେ ମଧ୍ୟ କମ୍ପନ ଅନୁଭୂତ ହୋଇଛି। ଏହି କମ୍ପନାର ତୀବ୍ରତା ଏତେ ଥିଲା ଯେ ଲୋକେ ଘରେ ଓ କାର୍ଯ୍ୟାଳୟରେ ମଧ୍ୟ କମ୍ପନ ଅନୁଭବ କରିଥିଲେ। ତେବେ ଭୂମି କମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀ ସମ୍ପର୍କିତ ସୂଚନା ମିଳି ନାହିଁ।
ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁସାରେ ଭୂମିକମ୍ପ ମଧ୍ୟାହ୍ନ ୨ଟା ୨୮ ମିନିଟ୍ରେ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ଥିଲା। ଭୂକମ୍ପର କେନ୍ଦ୍ର ନେପାଳରେ ମାଟିରୁ ୧୦ କିଲୋମିଟର ତଳେ ଥିଲା ବୋଲି କୁହାଯାଇଛି। ତେବେ ଏହା ପୂର୍ବରୁ ଜାନୁଆରୀ ୫ତାରିଖରେ ଦିଲ୍ଲୀ ଏନସିଆରରେ ଆଉ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଜମ୍ମୁ-କାଶ୍ମୀରରେ ବି ଏହାର ପ୍ରଭାବ ଅନୁଭବ ହୋଇଥିଲା । ଜାନୁଆରୀ ୫ତାରିଖରେ ହୋଇଥିବା ଭୂମୀକମ୍ପର ତୀବ୍ରତା ଥିଲା ୫.୯ ।