ଗୁଜରାଟ ସୌରାଷ୍ଟ୍ରରେ ଭୂମିକମ୍ପ

ଅହମଦାବାଦ : ଗୁଜରାଟର ସୌରାଷ୍ଟ୍ରରେ ଭୂମିକମ୍ପ । ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ଥିଲା ୪.୧ । ଭୂଗର୍ଭର ୧୯.୭ କିଲୋମିଟର ନିମ୍ନରେ ଏହି ଭୂମିକମ୍ପର ଉତ୍ପତ୍ତି ସ୍ଥଳ ବୋଲି ସୂଚନା ମିଳିଛି । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ତଥାପି ଭୂମିକମ୍ପ ହେବା ସମୟରେ ଯେଉଁମାନେ ଏହାକୁ ଜାଣି ପାରିଥିଲେ ସେମାନେ ତୁରନ୍ତ ଭୟରେ ଘର ବାହାରକୁ ଦୌଡ଼ି ପଳାଇ ଆସିଥିଲେ ।
୬.୭ ତୀବ୍ରତାରେ ଥରିଲା ଚିଲି
ସେପଟେ ଶନିବାର ସନ୍ଧ୍ୟାରେ ଚିଲିର ଉତ୍ତର-କେନ୍ଦ୍ରାଞ୍ଚଳରେ ୬.୭ ତୀବ୍ରତାରେ ଭୂମିକମ୍ପ ହୋଇଛି । ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏମାନଙ୍କ ମୃତ୍ୟୁ ଭୟରେ ହୃଦ୍ଘାତ ଯୋଗୁଁ ହୋଇଥିବା କୁହାଯାଇଛି ।
ଭୂମିକମ୍ପ ବେଳେ ବେଳେ ବଡ଼ ବଡ଼ କୋଠା ସବୁ ଦୋହଲି ଯାଇଥିଲା । ଭୂସ୍ଖଳନ ଘଟିଥିଲା । ତେବେ ବଡ଼ଧରଣର କ୍ଷୟକ୍ଷତି ହୋଇନଥିବା ବେଳେ ବିଦ୍ୟୁତ୍ ସରବରାହ ଛିନ୍ନ ହୋଇଯାଇଛି । ଭୂଗର୍ଭର ୫୩ କିଲେିମିଟର ତଳେ ଏହାର ଉତ୍ପତ୍ତି ସ୍ଥଳ ବୋଲି ଭୂତତ୍ତ୍ୱବିତ୍ କହିଛନ୍ତି ।