ଥରିଲା ଜାପାନ; ୬.୧ ତୀବ୍ରତାର ଭୂମିକମ୍ପ ଝଟ୍‌କା ଅନୁଭୂତ

ଜାପାନରେ ଶୁକ୍ରବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ମପାଯାଇଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଭୂମିକମ୍ପର କେନ୍ଦ୍ର ଟୋକିଓଠାରୁ ୧୦୭ କିମି ଦୂର ପୂର୍ବ-ଦକ୍ଷିଣ ପୂର୍ବରେ ରହିଥିଲା।

ଜାପାନରେ ଶୁକ୍ରବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ମପାଯାଇଛି। ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଭୂମିକମ୍ପର କେନ୍ଦ୍ର ଟୋକିଓଠାରୁ ୧୦୭ କିମି ଦୂର ପୂର୍ବ-ଦକ୍ଷିଣ ପୂର୍ବରେ ରହିଥିଲା। ଭୂମିକମ୍ପର ଗଭୀରତା ଥିଲା ୬୫ କିଲୋମିଟର।

ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ, ଦ୍ୱିପ୍ରହର ପାଖାପାଖି ୩ଟା ୩୩ରେ କମ୍ପନ ଅନୁଭୂତ ହୋଇଥିଲା। ଏ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ଖବର ସାମ୍ନାକୁ ଆସିନାହିଁ। ଏଥିସହ ସୁନାମିର ବି କୌଣସି ଚେତାବନୀ ଜାରି କରାଯାଇ ନାହିଁ। ତେବେ ଚିବା ଏବଂ ଇବାରାକି ପ୍ରାନ୍ତରେ ଭୀଷଣ ଝଟ୍‌କା ଅନୁଭୂତ ହୋଇଥିବା ସୂଚନା ମିଳିଛି। କିନ୍ତୁ ଅଧିକ କ୍ଷୟକ୍ଷତିର ସମ୍ଭାବନା କମ୍ ବୋଲି ବିଜ୍ଞାନ କେନ୍ଦ୍ର କହିଛି।