ଜାପାନରେ ଶକ୍ତିଶାଳୀ ଭୂକମ୍ପ: ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୬.୩

ଜାପାନରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୬.୩ । ଜାପାନର ଇଶିକାଓ୍ଵା ସହରରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ନାଗୋୟୋଠାରୁ ଉତ୍ତର ଦିଗରେ ପ୍ରାୟ ୨୬୨ କିଲୋମିଟର ଦୂର ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି ।

ନୂଆଦିଲ୍ଲୀ : ଜାପାନରେ ଶକ୍ତିଶାଳୀ ଭୂକମ୍ପ । ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୬.୩ । ଜାପାନର ଇଶିକାଓ୍ଵା ସହରରେ ଏହି ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ନାଗୋୟୋଠାରୁ ଉତ୍ତର ଦିଗରେ ପ୍ରାୟ ୨୬୨ କିଲୋମିଟର ଦୂର ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ଜଣାପଡିଛି । ତେବେ ଅଧିକାରୀଙ୍କ ଅନୁସାରେ ଏପର୍ଯ୍ୟନ୍ତ ସୁନାମୀକୁ ନେଇ ଚେତାବନୀ ଜାରି ହୋଇ ନାହିଁ। ଭୂମିକମ୍ପର ଉତ୍ପତି ସ୍ଥଳ ନାଗୋୟାରୁ ୨୬୨ କିଲୋମିଟର ଦୂର ଉତ୍ତରଦିଗରେ ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭିରତାରେ ଥିଲା ବୋଲି କୁହାଯାଇଛି।

ଜାପାନ ଗଣମାଧ୍ୟମ ଅନୁସାରେ ଭୂମିକମ୍ପପରେ ସୁନାମୀ ନେଇ ସେପରି କୌଣସି ବିପଦ ନାହିଁ। ଏଥି ଯୋଗୁ ସମୁଦ୍ର ସ୍ତରରେ ୨୦ ସେମିରୁ ବି କମ୍‌ ପରିବର୍ତ୍ତନର ଆଶଙ୍କା କରାଯାଉଛି। ଭୂମିକମ୍ପର ତୀବ୍ରତା ଅଧିକ ଥିଲା କିନ୍ତୁ ଧନଜୀବନ ହାନୀ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳି ନାହିଁ। ଅଧିକାରୀ ଭୂମିକମ୍ପର ଯାଞ୍ଚ କରୁଛନ୍ତି। ଭୂମିକମ୍ପ ହେବା ଯୋଗୁ କିଛି ରେଳ ଲାଇନରେ ଯାତାୟାତ ପ୍ରଭାବିତ ହୋଇଛି। ସେହିପରି କିଛି ରେଳ ଲାଇନରେ ସେବା ନିଲମ୍ବିତ କରିଦିଆଯାଇଛି।

Leave A Reply

Your email address will not be published.