ଭୂମିକମ୍ପର ଜୋରଦାର ଝଟ୍‌କାରେ ଦୋହଲି ଗଲା ନେପାଳ, ତୀବ୍ରତା ଥିଲା ୪.୧ ରିକ୍ଟର ସ୍କେଲ

ନେପାଳ: ନେପାଳରେ ଭୂମିକମ୍ପ। ଆଜି ସକାଳେ ନେପାଳରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ମୁତାବକ, ନେପାଳର ନାଗରକୋଟଠାରୁ ୨୧ କିଲୋମିଟର ଉତ୍ତର ପୂର୍ବରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭବ ହୋଇଛି। କିନ୍ତୁ ଏହି ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇ ନାହିଁ।

ନେପାଳ ଭୂମିକମ୍ପର ଡେଞ୍ଜର ଜୋନ୍‌ରେ ରହିଛି। ଏଠାରେ ପୂର୍ବରୁ ବି ଅନେକ ଥର ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତ ମାସ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଭୂମିକମ୍ପର କେନ୍ଦ୍ର ରାଜଧାନୀ କାଠମାଣ୍ଡୁ ଠାରୁ ୧୬୧ କିଲୋମିଟର ଦୂର ଥିଲା। କିନ୍ତୁ ଏଥିରେ କାହାର ପ୍ରାଣ ହାନି ହୋଇନଥିବା ଜଣାଯାଇଛି।

ଏହା ପୂର୍ବରୁ ସେପ୍ଟେମ୍ବର ୨୦୨୦ରେ ମଧ୍ୟ ନେପାଳରେ ଭୂମିକମ୍ପର ଜୋରଦାର ଝଟ୍‌କା ଲାଗିଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬ ଥିଲା। ରାଜଧାନୀ କାଠମାଣ୍ଡୁରୁ ସିନ୍ଧୁପାଳ ଚୌକ ଜିଲ୍ଲାରେ ଏହି ଭୂମିକମ୍ପ ଆସିଥିଲା। ଏହି ଭୂମିକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା। କିନ୍ତୁ ନେପାଳର କିଛି ଜିଲ୍ଲାରେ ଓ ଭାରତର ବିହାର ସୀମାବର୍ତ୍ତୀ ଜିଲ୍ଲାରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

Also Read: ଆଜିର ଭାଗ୍ୟ: ଜାଣନ୍ତୁ, ଆପଣଙ୍କ ରାଶିରେ କ’ଣ ଅଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.