ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ, ରେକ୍ଟର ସ୍କେଲରେ ତୀବ୍ରତା ୭.୧

ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ। ରେକ୍ଟର ସ୍କେଲରେ ତୀବ୍ରତା ରହିଛି ୭.୧। ଭୂମିକମ୍ପ ଅନୁଭୂତ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି ।

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ। ରେକ୍ଟର ସ୍କେଲରେ ତୀବ୍ରତା ରହିଛି ୭.୧।ଭୂମିକମ୍ପ ପରେ ଭୟଭୀତ ହୋଇଛନ୍ତି ଲୋକେ । ନ୍ୟୁଜିଲାଣ୍ଡର କେରମାଡେକ୍‌ ଦ୍ୱୀପ୍‌ପୁଞ୍ଜ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।

ୟୁନାଇଟେଡ୍‌ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଅନୁସାରେ ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ସଂଘଟିତ ହୋଇଥିଲା ଭୂକମ୍ପ।ଏହି ଶକ୍ତିଶାଳୀ ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଭୂମିକମ୍ପ ଅନୁଭୂତ ପରେ ସ୍ଥାନୀୟ ଅଞ୍ଚଳରେ ସୁନାମୀ ସତର୍କତା ଜାରି କରାଯାଇଛି । କେରମାଡେକ୍ ଦ୍ବୀପର ୩୦୦ କିଲୋମିଟର ପରିସୀମା ମଧ୍ୟରେ ସୁନାମୀ ଆଲର୍ଟ ଜାରି କରିଛି ସ୍ଥାନୀୟ ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.