ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ: ଆଫଗାନିସ୍ତାନ କେନ୍ଦ୍ରସ୍ଥଳ, ଲୋକେ ଆତଙ୍କିତ
ଆଫଗାନିସ୍ତାନରେ ଭୂକମ୍ପ । ଭାରତରେ କମ୍ପନ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ରହିଥିଲା ୬.୬ । ଏହାର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ର । ରାତି ୧୦ଟା ୧୭ ମିନିଟରେ ଝଟକା ଅନୁଭୂତ ହୋଇଥିଲା ।

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଭୂକମ୍ପ । ଭାରତରେ କମ୍ପନ । ଥରିଲା ଦିଲ୍ଲୀ ସମେତ ଉତ୍ତର ଭାରତ । ଜମ୍ମୁ କଶ୍ମୀରରୁ ଆରମ୍ଭ କରି ଦିଲ୍ଲୀ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ଓ ଲଦାଖର ବିଭିନ୍ନ ସ୍ଥାନରେ ଗତକାଲି ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପାଖାପାଖି ୨ ମିନିଟ ଧରି କିଛି ସ୍ଥାନରେ ଲୋକ କମ୍ପନ ଅନୁଭୂତ କରିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ରହିଥିଲା ୬.୬ । ଏହାର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ କ୍ଷେତ୍ର । ରାତି ୧୦ଟା ୧୭ ମିନିଟରେ ଝଟକା ଅନୁଭୂତ ହୋଇଥିଲା ।
An earthquake with a magnitude of 6.6 on the Richter Scale hit 133km SSE of Fayzabad, Afghanistan today at 10:17 pm IST: National Centre for Seismology pic.twitter.com/7Wt71qf0rf
— ANI (@ANI) March 21, 2023
ଆଫଗାନିସ୍ତାନ ଭୂକମ୍ପର କେନ୍ଦ୍ରସ୍ଥଳ ହୋଇଥିବା ବି ଭାରତରେ ଦେଖାଇଥିଲା ପ୍ରଭାବ । ଝଟକା ଓ କମ୍ପନ ପରେ ଦିଲ୍ଲୀ, ଗାଜିଆବାଦ, ନୋଏଡା ସମେତ ଜମ୍ମୁ କଶ୍ମୀର, ପଞ୍ଜାବରେ ଲୋକ ବାହାରକୁ ବାହାରି ଆସିଥିଲେ । ଚଣ୍ଡୀଗଡ଼ରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ଛୋଟ ପିଲାଛୁଆଙ୍କୁ ଧରି ରାସ୍ତାକୁ ଚାଲିଆସିଥିଲେ ଲୋକ । ସେହିପରି ବୟସ୍କ ବି ଘର ବାହାରକୁ ପଳାଇ ଆସିଥିଲେ । ବେଶ କିଛି ସମୟ ପାଇଁ ଲୋକ ଘର ଭିତରକୁ ଯିବାକୁ ଭୟ କରିଥିଲେ । କେଉଁଠି ଘରର କାନ୍ଥ ବି ଫାଟି ଯାଇଥିବା ଦେଖିବାକୁ ମିଳିଛି । ତେବେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳି ନାହିିଁ ।