ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ, ତୀବ୍ରତା ଥିଲା ୭.୨
ଶକ୍ତିଶାଳୀ ଭୂକମ୍ପରେ ଥରିଲା ପେରୁ । ଦକ୍ଷିଣ ପେରୁରେ ଏହାର ତୀବ୍ରତା ଥିଲା ୭.୨ । ମାଟି ତଳେ ପ୍ରାୟ ୨୮ କିମି ଦୁରତାରେ ଥିଲା ଭୂମିକମ୍ପର କେନ୍ଦ୍ରସ୍ଥଳ । ଏନେଇ ଆମେରିକୀୟ ଭୈାଗଳିକ ନୀରିକ୍ଷଣ ସଂସ୍ଥା ସୂଚନା ଦେଇଛି । ମଧ୍ୟ ରାତ୍ରୀରେ ହୋଇଥିବା ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଘରୁ ବାହାରି ଯାଇଥିଲେ । ତେବେ ଏହି ଭୂମିକମ୍ପରେ କୈାଣସି କ୍ଷୟକ୍ଷତି ହୋଇଥିବା ସ୍ପଷ୍ଟ ହୋଇନାହିଁ ବୋଲି ପେରୁ ପ୍ରଧାନମନ୍ତ୍ରୀ ଗୁସ୍ତାଭୋ ଆଦ୍ରିଆଞ୍ଜେ କହିଛନ୍ତି ।