ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା, କୌଣସି କ୍ଷୟକ୍ଷତି ହୋଇନଥିବାର ସୂଚନା

ଭୂକମ୍ପ ଝଟକାରେ ପୁରା ଥରି ଉଠିଲା ଆମେରିକା । ଆମେରିକାରେ ଶକ୍ତିଶାଳୀ ଭୂମିକମ୍ପ ଅନୂଭୂତ । ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଝଟକା ଦେଇଛି । ଏ ନେଇ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି କିନ୍ତୁ ଅନେକ ସ୍ଥାନରେ ପାହାଡରୁ ପଥର ଧସିଥିବା ସୂଚନା ରହିଛି । ହେଲେ ଏବେସୁଦ୍ଧା ଭୂମିକମ୍ପ ଜନିତ କ୍ଷୟକ୍ଷତି ସୂଚନା ମିଳିପାରିନାହିଁ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରୋକର୍ଡ କରାଯାଇଛି ।
ସୂଚନା ଅନୁଯାୟୀ, ଏପ୍ରିଲ ୧୩ ତାରିଖରେ ମିଆଁମାର ପରେ ଭୂକମ୍ପରେ ଥରିଥିଲା ତାଜିକିସ୍ତାନ । ରିକ୍ଟର ସ୍କେଲରେ ତୀବ୍ରତା ୬.୧ ରେକର୍ଡ ହୋଇଥିଲା । ଭୃଗର୍ଭ ଠାରୁ ୧୬ କିଲୋମିଟର ଭିତରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା । ଭୂମିକମ୍ପ ଝଟକାରେ ଥରିଥିଲା ଘରଦ୍ବାର ।
ସେହିପରି, ଗୋଟିଏ ଦିନରେ ଅର୍ଥାତ୍ ଏପ୍ରିଲ ୧୩ରେ ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ମଧ୍ୟ ହୋଇଥିଲା । ମଣ୍ଡି ଜିଲ୍ଲାର ସୁନ୍ଦରନଗରରେ ସକାଳ ପ୍ରାୟ ୯.୧୮ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଜୟଦେବୀ ନିକଟରେ ୫ କିଲୋମିଟର ଗଭୀରତାର ଥିଲା । ଭୂମିକମ୍ପ ଅନୁଭୂତ ହେବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲିଆସିଥିଲେ ।
ଏଥି ସହ ଗତ କାଲି ଅର୍ଥାତ୍ ଏପ୍ରିଲ୍ ୧୪ ତାରିଖରେ ତାଜିକିସ୍ତାନରେ ପୁଣି ଭୂକମ୍ପ ଝଟକା ହୋଇଥିଲା । ୪.୫ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହା ଭୂମିର ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଥିଲା । ଗତ ରାତିରେ ପୁଣି ଏହି ଝଟକା ଅନୁଭୂତ ହୋଇଥିଲା ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରବିବାର ତାଜିକିସ୍ତାନରେ ଆଉ ଦୁଇଟି ଭୂମିକମ୍ପ ରେକର୍ଡ କରାଯାଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା । ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା । ଦୁଇଟି ଭୂମିକମ୍ପ ଭୂମିରୁ ୧୦ କିଲୋମିଟର ତଳେ ହୋଇଥିଲା ।